ଉତ୍ତରପ୍ରଦେଶରେ କାୟା ବିସ୍ତାର କରି ଚାଲିଛି କରୋନା : କ୍ୟାବିନେଟ୍ ମନ୍ତ୍ରୀ ବୃଜେଶ ପାଠକ କୋଭିଡ ୧୯ ପଜିଟିଭ

ଲକ୍ଷ୍ନୌ ୫/୮: ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଜୋରସୋରରେ ବଢ଼ି ଚାଲିଛି। ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ କରୋନାର ଶିକାର ହୋଇଛନ୍ତି। ଏବେ ଆଇନ୍ ମନ୍ତ୍ରୀ ବୃଜେଶ ପାଠକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କିଛି ଦିନ ତଳେ ବୃଜେଶ ପାଠକଙ୍କ ପତ୍ନୀ ନମ୍ରତା ପାଠକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ପୂରା ପରିବାର ହୋମ୍ କ୍ବାରେଣ୍ଟାଇନ୍ ହୋଇଯାଇଥିଲା। ଏହା ପୂର୍ବରୁ ଯୋଗୀ ସରକାରଙ୍କ ଜଳ ଶକ୍ତି ମନ୍ତ୍ରୀ ଡାକ୍ତର ମହେନ୍ଦ୍ର ସିଂହ କରୋନା […]

ଉତ୍ତରପ୍ରଦେଶରେ କାୟା ବିସ୍ତାର କରି ଚାଲିଛି କରୋନା : କ୍ୟାବିନେଟ୍ ମନ୍ତ୍ରୀ ବୃଜେଶ ପାଠକ କୋଭିଡ ୧୯ ପଜିଟିଭ
ଲକ୍ଷ୍ନୌ ୫/୮: ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଜୋରସୋରରେ ବଢ଼ି ଚାଲିଛି। ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ କରୋନାର ଶିକାର ହୋଇଛନ୍ତି। ଏବେ ଆଇନ୍ ମନ୍ତ୍ରୀ ବୃଜେଶ ପାଠକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କିଛି ଦିନ ତଳେ ବୃଜେଶ ପାଠକଙ୍କ ପତ୍ନୀ ନମ୍ରତା ପାଠକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ପୂରା ପରିବାର ହୋମ୍ କ୍ବାରେଣ୍ଟାଇନ୍ ହୋଇଯାଇଥିଲା। ଏହା ପୂର୍ବରୁ ଯୋଗୀ ସରକାରଙ୍କ ଜଳ ଶକ୍ତି ମନ୍ତ୍ରୀ ଡାକ୍ତର ମହେନ୍ଦ୍ର ସିଂହ କରୋନା ପଜିଟିଭ ଜଣା ପଡ଼ିଥିଲେ। ଯୋଗୀ ସରକାରଙ୍କ ଏବେ ସୁଦ୍ଧା ୮ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଗତ ମାସରେ ଖେଳ ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଉପେନ୍ଦ୍ର ତିଓ୍ବାରୀ ପୂର୍ବରୁ ଯୋଗୀ ସରକାରଙ୍କ କେତେକ ମନ୍ତ୍ରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। କରୋନାରେ ସଂକ୍ରମିତ ହୋଇଥିବା ମନ୍ତ୍ରୀଙ୍କ ତାଲିକାରେ ଜୟ ପ୍ରତାପ ସିଂହ,ରାଜେନ୍ଦ୍ର ପ୍ରତାପ ସିଂହ,ଧର୍ମ ସିଂହ ସୈନି ଏବଂ ଚେତନ ଚୌହାନଙ୍କ ନାଁ ମଧ୍ୟ ସାମିଲ ରହିଛି। କରୋନା ମହାମାରୀ ଯୋଗୁଁ ରବିବାର ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ କମଲ ରାନୀ ବରୁଣଙ୍କ ପରଲୋକ ହୋଇଯାଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରରେ ପ୍ରାବିଧିକ ଶିକ୍ଷା ମନ୍ତ୍ରୀ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଙ୍ଗଳବାର କରୋନାରେ ସଂକ୍ରମିତ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଏଠାରେ ତାଙ୍କ ଚିକିତ୍ସା ଚାଲିଛି। କରୋନାରେ ସଂକ୍ରମିତ ହେବା ପରେ ନିଜେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ମଙ୍ଗଳବାର ସନ୍ଧ୍ୟାରେ ଏହାର ସୂଚନା ଦେଇଥିଲେ।