ଉଦାହରଣ ସୃଷ୍ଟି କଲେ ସିଟି ମାଜିଷ୍ଟ୍ରେଟ ଓ ସେନା ଅଧିକାରୀ: ପରସ୍ପରକୁ ବରଣମାଳା ପିନ୍ଧାଇ ୫୦୦ ଟଙ୍କାରେ କଲେ ବିବାହ

ଧାର ୧୩/୦୭ : ମଧ୍ୟପ୍ରଦେଶ ଧାରରେ ହୋଇଥିବା ଏକ ବିବାହ ସମାଜ ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ଉଦାହରଣ କୌଣସି ସାଧାରଣ ଯୁବତୀ ନୁହେଁ ନିଜେ ସିଟି ମାଜିଷ୍ଟ୍ରେଟ ଓ ଭାରତୀୟ ସେନାର ଜଣେ ଅଧିକାରୀ ସୃଷ୍ଟି କରିଛନ୍ତି। ଦୁହେଁ କୌଣସି ଯାନିଯୌତୁକ, ଦାନ ଦକ୍ଷିଣା, ସୋର ଶବ୍ଦ ବିନା ବିବାହ କରିଛନ୍ତି। ଉଭୟଙ୍କ ବାହାଘରରେ ଖର୍ଚ୍ଚ ହୋଇଛି ମାତ୍ର ୫୦୦ ଟଙ୍କା। ସାଧାରଣତଃ ଆମ ସମାଜରେ ଲୋକେ ବାହାଘର ବହୁତ ଧୂମଧାମରେ କରନ୍ତି। ଆଉ ଯଦି କିଏ ସରକାରୀ ଅଧିକାରୀ ହୋଇଥାନ୍ତି ସେ ଆହୁରି ଧୂମଧାମରେ ବାହାଘର ଆୟୋଜନ କରନ୍ତି। କିନ୍ତୁ ଧାରର ଜଣେ ମହିଳା ଅଧିକାରୀ ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହିଳା ଅଧିକାରୀ ଜଣକ ହେଲେ ଧାର ସିଟି ମାଜିଷ୍ଟ୍ରେଟ ଶିବାଙ୍ଗି ଯୋଶୀ। ସେ ସେନା ଅଧିକାରୀ ମେଜର ଅନିକେତଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ବାହାଘର ପାଇଁ କୋର୍ଟରେ ୫୦୦ ଟଙ୍କା ଜମା କରିଥିଲେ। ଶିବାଙ୍ଗି ଯୋଶୀଙ୍କ ଘର ଭୋପାଲରେ। ବର୍ତ୍ତମାନ ସେ ଧାରରେ ନିୟୋଜିତ ଅଛନ୍ତି। ତାଙ୍କ ପରିବାର ତାଙ୍କ ବାହାଘର ଭାରତୀୟ ସେନାରେ ଥିବା ମେଜର ଅନିକେତ ଚତୁର୍ବେଦୀଙ୍କ ସହ ଧାର୍ଯ୍ୟ କରିଥିଲେ। ଅନିକେତଙ୍କ ଘର ମଧ୍ୟ ଭୋପାଲରେ। ବର୍ତ୍ତମାନ ସେ ଲଦାଖରେ ନିୟୋଜିତ ଅଛନ୍ତି। ଉଭୟଙ୍କ ବାହାଘର ବହୁ ଦିନ ପୂର୍ବରୁ ଠିକ ହୋଇସାରିଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବିବାହ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଥିଲା। ଶିବାଙ୍ଗି ଯେହେତୁ ଧାରରେ ନିୟୋଜିତ ଅଛନ୍ତି ସେଥିପାଇଁ ସେ ଧାରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ କୋର୍ଟରେ ପରସ୍ପରକୁ ବରଣମାଳା ପିନ୍ଧାଇ ବିବାହ କରିଛନ୍ତି। ବାହାଘରରେ ନା ବାଜିଥିଲା ବାଜା, ନା ହୋଇଥିଲା ସୋର ଶବ୍ଦ, ନା ବରଯାତ୍ରୀ ନା କୌଣସି ଚାକଚକ୍ୟ। ବର ଓ ବଧୂ ପକ୍ଷର ପରିବାରର କିଛି ସଦସ୍ୟ, ଷ୍ଟାଫ ଓ ଜିଲ୍ଲା ଅଧିକାରୀ ଆଲୋକ କୁମାର ସିଂହଙ୍କ ସମେତ ଅନ୍ୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଦୁହିଁଙ୍କ ଏହି ନିଷ୍ପତ୍ତିକୁ ଜିଲ୍ଲା ଅଧିକାରୀ ମଧ୍ୟ ପ୍ରଶଂସା କରିଥିଲେ। ସିଟି ମାଜିଷ୍ଟ୍ରେଟ ଶିବାଙ୍ଗି ଯୋଶୀ ଗତ ଦୁଇ ବର୍ଷ ହେଲା ଧାରରେ କାର୍ଯ୍ୟରତ ଅଛନ୍ତି। ଏହିଭଳି ସାଧାସିଧା ଭାବେ ବିବାହ କରିବା ପଛରେ ତାଙ୍କ ଉଦ୍ଦେଶ୍ୟ ହେଲା ଯୌତୁକ ଭଳି କୁପ୍ରଥା ରୋକିବାକୁ ସମାଜକୁ ସନ୍ଦେଶ ଦେବା ଏବଂ ଅଯଥା ଖର୍ଚ୍ଚ ନ କରିବା। ଏହାଦ୍ୱାରା କେବଳ ବଧୂର ପରିବାର ଉପରେ ବୋଝ ପଡ଼ିନଥାଏ ବରଂ ଟଙ୍କାର ଦୁରୁପଯୋଗ ମଧ୍ୟ ହୋଇଥାଏ।