ଉପାନ୍ତ ଅଞ୍ଚଳରେ କରନା ସଚେତନତା…

ଦାରିଙ୍ଗବାଡ଼ି : ବନବାସୀ ସୁରକ୍ଷା ପରିଷଦ କନ୍ଧମାଳ ସଂଗଠନର ବ୍ରାହ୍ମଣୀଗାଁ ଅଞ୍ଚଳ ଆବାହକ ବଳଭଦ୍ର ମଳିକ ଦାରିଙ୍ଗବାଡ଼ି ବ୍ଲକ ଅଂଚଳର ଉପାନ୍ତ ଅଂଚଳରେ ରହିଥିବା ଗାଁ ଗୁଡିକୁ ଚାଲି ଚାଲି ଯାଇ କରନା ମହାମାରୀ ସମ୍ପର୍କରେ ସଚେତନ କରୁଥିବା ଖବର ହସ୍ତଗତ ହୋଇଛି। ଆଜି ହାତିମୁଣ୍ଡା ଗ୍ରାମ ପଂଚାୟତର ଉପାନ୍ତ ଅଞ୍ଚଳରେ ରହିଥିବା ଡାହୁ ଗ୍ରାମରେ ପହଞ୍ଚି ଲୋକଙ୍କୁ ଏକତ୍ରିତ କରି କରନା କବଳରୁ ବଞ୍ଚିବାକୁ ହେଲେ ସମସ୍ତେ ମାକ୍ସ ପିନ୍ଧିବା, ଭଲଭାବେ ସାବୁନରେ ହାତ ବାର […] The post ଉପାନ୍ତ ଅଞ୍ଚଳରେ କରନା ସଚେତନତା… appeared first on ନିସର୍ତ୍ତ.

ଉପାନ୍ତ ଅଞ୍ଚଳରେ କରନା ସଚେତନତା…
ଲଷ୍ମୀକାନ୍ତ ରାଜଗୁରୁ // ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ନିୟୁଜ ଦାରିଙ୍ଗବାଡ଼ି : ବନବାସୀ ସୁରକ୍ଷା ପରିଷଦ କନ୍ଧମାଳ ସଂଗଠନର ବ୍ରାହ୍ମଣୀଗାଁ ଅଞ୍ଚଳ ଆବାହକ ବଳଭଦ୍ର ମଳିକ ଦାରିଙ୍ଗବାଡ଼ି ବ୍ଲକ ଅଂଚଳର ଉପାନ୍ତ ଅଂଚଳରେ ରହିଥିବା ଗାଁ ଗୁଡିକୁ ଚାଲି ଚାଲି ଯାଇ କରନା ମହାମାରୀ ସମ୍ପର୍କରେ ସଚେତନ କରୁଥିବା ଖବର ହସ୍ତଗତ ହୋଇଛି। ଆଜି ହାତିମୁଣ୍ଡା ଗ୍ରାମ ପଂଚାୟତର ଉପାନ୍ତ ଅଞ୍ଚଳରେ ରହିଥିବା ଡାହୁ ଗ୍ରାମରେ ପହଞ୍ଚି ଲୋକଙ୍କୁ ଏକତ୍ରିତ କରି କରନା କବଳରୁ ବଞ୍ଚିବାକୁ ହେଲେ ସମସ୍ତେ ମାକ୍ସ ପିନ୍ଧିବା, ଭଲଭାବେ ସାବୁନରେ ହାତ ବାର ବାର ଧୋଇ ସଫା ରଖିବା ଓ ସାମାଜିକ ଦୂରତା ବଜାୟ ରଖିବା ସମ୍ପର୍କରେ ବୁଝାଇ ସଚେତନ କରିଥିବା ଖବର ରହିଛି।ଏହି ସଚେତନ କର୍ଯ୍ୟକ୍ରମରେ ବଳଭଦ୍ର ମଳିକ ଙ୍କୁ ସୁରେଶ ମଳିକ ସହଯୋଗର ହାତ ବଢ଼ାଇଥିବା ଜଣାପଡିଛି। ଦୁହିଙ୍କ ଏହି ସ୍ବେଚ୍ଛାକୃତ କାମ ପାଇଁ ଅଞ୍ଚଳବାସୀ ପ୍ରସଂସା କରୁଥିବା ପ୍ରକାଶ ପାଇଛି। The post ଉପାନ୍ତ ଅଞ୍ଚଳରେ କରନା ସଚେତନତା… appeared first on ନିସର୍ତ୍ତ.