ଏକକାଳୀନ ଇସ୍ତଫା ଦେଲେ ୨୮ ମେଡିକାଲ ଅଫିସର, ଦେଶରେ ପ୍ରଥମ ବଡ଼ ଘଟଣା

ବନାରସ ୧୨।୮:  ଏକକାଳୀନ ୨୮ ଜଣ ମେଡିକାଲ ଅଫିସର(ଏମଓ) ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାହାବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବନାରସରେ। ବୁଧବାର ଘଟଣା ପ୍ରଘଟ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଦେଶରେ ଏକକାଳୀନ ଏତେ ସଂଖ୍ୟକ ଡାକ୍ତରଙ୍କ ଇସ୍ତଫା ମଧ୍ୟ ପ୍ରଥମ ଘଟଣା। ତେବେ ତାକ୍ତରମାନଙ୍କୁ ବୁଝାସୁଝା କରି ସେମାନଙ୍କୁ ପୁଣି କାର୍ଯ୍ୟକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଇସ୍ତଫା ଦେଇଥିବା ସମସ୍ତ ଡାକ୍ତର ବାରଣାସୀ କ୍ଷେତ୍ରର […]

ଏକକାଳୀନ ଇସ୍ତଫା ଦେଲେ ୨୮ ମେଡିକାଲ ଅଫିସର, ଦେଶରେ ପ୍ରଥମ ବଡ଼ ଘଟଣା
ବନାରସ ୧୨।୮:  ଏକକାଳୀନ ୨୮ ଜଣ ମେଡିକାଲ ଅଫିସର(ଏମଓ) ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାହାବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବନାରସରେ। ବୁଧବାର ଘଟଣା ପ୍ରଘଟ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଦେଶରେ ଏକକାଳୀନ ଏତେ ସଂଖ୍ୟକ ଡାକ୍ତରଙ୍କ ଇସ୍ତଫା ମଧ୍ୟ ପ୍ରଥମ ଘଟଣା। ତେବେ ତାକ୍ତରମାନଙ୍କୁ ବୁଝାସୁଝା କରି ସେମାନଙ୍କୁ ପୁଣି କାର୍ଯ୍ୟକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଇସ୍ତଫା ଦେଇଥିବା ସମସ୍ତ ଡାକ୍ତର ବାରଣାସୀ କ୍ଷେତ୍ରର କମ୍ୟୁନିଟି ହେଲଥ ସେଣ୍ଟର (ସିଏଚସି) ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର( ପିଏଚସି)ର ମେଡିକାଲ ଅଫିସର ବୋଲି ଜଣାପଡିଛି। ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ଏମଓମାନେ  ଚିଫ୍ ମେଡିକାଲ ଅଫିସର (ସିଏମଓ) ଡା.ବି.ବି ସିଂହଙ୍କୁ ସେମାନଙ୍କ ଇସ୍ତଫା ପତ୍ର ଧରାଇଦେଇଛନ୍ତି। ଡାକ୍ତରମାନେ କରିଥିବା ଅଭିଯୋଗରେ ଗତ ଅଗଷ୍ଟ ୯ ତାରିଖ ଦିନ ସହାୟକ ନୋଡାଲ ଅଫିସ ଡେପୁଟି କଲେକ୍ଟର କୋଭିଡ-୧୯ ଲାଗି ଡାକ୍ତରମାନଙ୍କ କାର୍ଯ୍ୟକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛନ୍ତି। ଏ ନେଇ ସେ ପ୍ରତି ଡାକ୍ତରଙ୍କୁ ନୋଟିସ୍‌ ପଠାଇଛନ୍ତି। ଯାହା ସେମାନଙ୍କ ଲାଗି ମାନସିକ ଚାପ ସୃଷ୍ଟି କରିଛି ବୋଲି ଡାକ୍ତରମାନେ ସାମୂହିକ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ସେହିପରି ନୋଟିସ୍‌ରେ ଟାର୍ଗେଟ୍ ପୁରଣ ନ ହେଲେ ଅପରାଧିକ କାର୍ଯ୍ୟ ବିଚାର କରାଯିବା ସହ ଡାକ୍ତରମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯିବ ବୋଲି ମଧ୍ୟ ଡେପୁଟି କଲେକ୍ଟର ତାଙ୍କ ନୋଟିସ୍‌ରେ ଧମକ ଦେଇଛନ୍ତି। ଏଣୁ ଏତେ ମାନସିକ ଚାପରେ ସ୍ୱାସ୍ଥ୍ୟସେବା କିପରି ପରିଚାଳନା କରାଯିବ ବୋଲି ଡାକ୍ତରମାନେ ପ୍ରଶ୍ନ କରିଥିବା ବେଳେ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଥିବା କହିଛନ୍ତି। ଡାକ୍ତରଙ୍କ ଇସ୍ତଫା ପୂର୍ବରୁ କରୋନା ଯୋଦ୍ଧା ତଥା ଆଡିସନାଲ ସିଏମଓ ଡା. ଜଙ୍ଗ ବାହାଦୂର ଗତ ମଙ୍ଗଳବାର କୋଭିଡ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଡା.ଜଙ୍ଗବାହାଦୂର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗାଲେକ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ବିଏଚୟୁ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ପରଲୋକ ହୋଇଛି। ଯାହା କାର୍ଯ୍ୟରତ ଡାକ୍ତରଙ୍କୁ ମାନସିକ ଆଘାତ ଦେଇଛି। ହୁଏତ ନୋଡାଲ ଅଫିସରଙ୍କ ଏପରି ନୋଟିସ୍ ତାଙ୍କୁ ମାନସିକ ଆଘାତ ଦେଇଥାଇପାରେ ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି। ତେବେ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ନେଇ ବନାରସରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ପ୍ରସାସନତ କମ୍ପନ ସୃଷ୍ଟି କରିଛି।