ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ ୫୦ଟି କୋଚରେ ଦିଆଯିବ । କେବଳ ଏତିକି ନୁହେଁ ଏହା ସହିତ ଏହାର ଭଡା ମଧ୍ୟ ସ୍ଥିର କରାଯାଇଛି । ଯାହା ଏସି ୩ର ସାଧାରଣ ଭଡାଠାରୁ ଆଠ ପ୍ରତିଶତ କମ୍‌ । ରେଳବାଇ ବୋର୍ଡର ଅଧିକାରୀ କହିଛନ୍ତି […] The post ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା appeared first on Odisha Bhaskar.

ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା
ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ ୫୦ଟି କୋଚରେ ଦିଆଯିବ । କେବଳ ଏତିକି ନୁହେଁ ଏହା ସହିତ ଏହାର ଭଡା ମଧ୍ୟ ସ୍ଥିର କରାଯାଇଛି । ଯାହା ଏସି ୩ର ସାଧାରଣ ଭଡାଠାରୁ ଆଠ ପ୍ରତିଶତ କମ୍‌ । ରେଳବାଇ ବୋର୍ଡର ଅଧିକାରୀ କହିଛନ୍ତି ଯେ, ସମଗ୍ର ଦେଶରେ ଚାଲୁଥିବା ମହିଳା-ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନରେ ଇକନୋମି ଏସି ୩ କୋଚ ଯୋଡ଼ା ଯିବ । ଶୋଇବା ସ୍ଥାନରେ ଏହି କୋଚ ଗୁଡ଼ିକ ସ୍ଥାପନ କରାଯିବ । ଇକନୋମି ଏସି ୩ ରେ ଶିଶୁ ଭଡା ହାର, ସମସ୍ତ ପ୍ରକାର ରିହାତି, ବାତିଲ ଏବଂ ଫେରସ୍ତ ନିୟମ ସାଧାରଣ ଏସି ୩ ଅନୁଯାୟୀ ପ୍ରଯୁଜ୍ୟ ହେବ । ପ୍ରୟାଗରାଜ ଜୟପୁର ଏକ୍ସପ୍ରେସରେ ଇକୋନୋମି ଏସି ୩ ର ବୁକିଂ ଶନିବାର ଠାରୁ ଆରମ୍ଭ ହୋଇଛି ଏପରର୍ଯ୍ୟନ୍ତ ବିଭିନ୍ନ ଜୋନାଲ ରେଳବାଇକୁ ୫୦ଟି ଇକୋନୋମି ଏସି ୩ କୋଚ ପଠାଯାଇଛି । ଅଧିକାରୀ ଜଣଙ୍କ ଆହୁରି, ସୂଚନା ଦେଇଛନ୍ତି ଯେ ଇକୋନୋମି ଏସି ୩ ରେ ୮୩ ବର୍ଥ । ଗୋଟିଏ କୋଚରେ ୧୧ ଟି ଅତିରିକ୍ତ ବର୍ଥ ରହିବ । ସମାନ ଅନୁପାତରେ ରେଳବାଇ ଇକୋନୋମି ଏସି ୩ ର ଭଡାକୁ ଆଠ ପ୍ରତିଶତ କମ୍‌ ରଖିଛି । ଭିନ୍ନକ୍ଷମ ପାଇଁ ଏହି କୋଚ ଗୁଡିକ ସ୍ୱତନ୍ତ୍ର ଭାବରେ ଡିଜାଇନ୍‌ କରାଯାଇଛି । ଏଥିରେ ମୋବାଇଲ୍‌ ଫୋନ୍‌ ଚାର୍ଜିଂ ସୁବିଧା, ପତ୍ରିକା ଧାରକ, ଅଗ୍ନି ନିରାପତ୍ତା ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି । ଉପର ବର୍ଥକୁ ଚଢିବା ପାଇଁ ଆରାମଦାୟକ ପାହାଚ ତିଆରି କରାଯାଇଥିବା ସେ ସୂଚନା ଦେଇଛନ୍ତି । The post ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା appeared first on Odisha Bhaskar.