ଏନକାଉଣ୍ଟରରେ ହାର୍ଡକୋର ମାଓ କମାଣ୍ଡର ନିହତ : ଅତ୍ୟାଧୁନିକ ବିଜିଏମ୍ ଜବତ

ମାଲକାନଗିରି ୧୭।୧୨: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓ କମାଣ୍ଡର ପ୍ରାଣ ହରାଇଛନ୍ତି । ସୁକୁମା ଜିଲ୍ଲା ଜାଗୁରକୋଣ୍ଡା ଗ୍ରାମର ରାଜଲକୋଣ୍ଡା ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁକମା ଏସପି କେ ଏଲ ଧ୍ରୁବଙ୍କ ନେତୃତରେ ଡିଆରଜି, ସିଆରପିଏଫ ଓ କୋବ୍ରା ଜବାନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିବାରୁ ଜବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳ ଛାଡି ପଳାୟନ କରିଥିଲେ । ପରେ ଜବାନ ମାନେଘଟଣାସ୍ଥଳକୁ ସର୍ଚ୍ଚ କରିବାରୁ ନକ୍ସଲ ସଂଗଠନର ଜଣେ ହାର୍ଡକୋର ମାଓ କମାଣ୍ଡରଙ୍କ ଶବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଏଥିରେ ୭ଟି ବିଜିଏମ, ୨ଟି ବନ୍ଧୁକ, ଅନେକ ଅଫୁଟା ଗୁଳି, ୪ଟି ଲ୍ୟାଣ୍ଡମାଇନ ଓ ନକ୍ସଲ ପୋଷାକ ସହ ଅନେକ ମାଓ ସାମଗ୍ରୀ ରହିଛି । ଏହା ପୋଲିସ ପାଇଁ ବଡ ସଫଳତା ବୋଲି କୁହାଯାଉଛି । କାରଣ ଜବତ ମାଓ ସାମଗ୍ରୀ ମଧ୍ୟରେ ୭ଟି ଅତ୍ୟାଧୁନିକ ବିଜିଏମ ରହିଛି । ବିଶେଷ କରି ଆତଙ୍କବାଦୀମାନେ ଯେଉଁ ବିଜିଏମ ବ୍ୟବହାର କରନ୍ତି ତାହା ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ବ୍ୟବହାର କରୁଥିବା ବେଳେ ପ୍ରଥମ କରି ଏହି ଏନକାଉଣ୍ଟର ପରେ ଏହାକୁ ଠାବ କରାଯାଇଛି । ଏହା କେମିତି ମାଓବାଦୀଙ୍କ ପାଖକୁ ଆସିଲା ତାହାର ତଦନ୍ତ ନିମନ୍ତେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗକୁ ଜଣାଯିବ ବୋଲି ସିଆରପିଏଫ ଡିଆଇଜି ୟୁଗନ ସିଙ୍ଗ କହିଛନ୍ତି । 