ଏବେ କୋର୍ଟରେ ପଶ୍ଚିମବଙ୍ଗ ନିର୍ବାଚନ ତାତି, ଦିଦିଙ୍କ ପରେ ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିବ ବିଜେପି

କୋଲକାତା ୧୯।୦୬: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ମଧ୍ୟ ରାଜନୈତିକ ଲଢେଇ ଜାରି ରହିଛି। ନନ୍ଦିଗ୍ରାମ ପରାଜୟକୁ ସହଜରେ ଭୁଲି ପାରୁନାହାନ୍ତି ଦିଦି। ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜୟକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଅଦାଲତର ଦ୍ଵାରସ୍ଥ ହୋଇଛନ୍ତି। ଏବେ ଏହାର ପାଲଟା ଜବାବ ଦେବା ପାଇଁ ବିଜେପି ମଧ୍ୟ କୋର୍ଟ ଯିବାକୁ ଅଣ୍ଟା ଭିଡିଛି। ଶନିବାର ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି, ବିଜେପି ସେହି ଆସନକୁ ନେଇ କୋର୍ଟରେ ଆବେଦନ କରିବ ଯେଉଁଠି ଦଳ କମ ବ୍ୟବଧାନରେ ପରାସ୍ତ ହୋଇଛି। କୋର୍ଟରେ ଯେଉଁ ଯେଉଁ ଆସନରେ ଟିଏମସି ବିଜେପିଠୁ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛି ତାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବାକୁ ବିଜେପି ନିଷ୍ପତ୍ତି ନେଇଛି। ଆଇନର ସମସ୍ତ ବିକଳ୍ପ ଉପରେ ବିଚାର ବିମର୍ଶ କରାଯାଉଥିବା ଦିଲୀପ ଘୋଷ କହିଛନ୍ତି। ଆମେ ସେହି ପରି ଆସନର ଚିହ୍ନଟ କରି ସାରିଛୁ। ମାମଲାକୁ କୋର୍ଟ ପର୍ଯ୍ୟନ୍ତ ନେଇ ଯିବା ପାଇଁ ଓକିଲ ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ, ନନ୍ଦିଗ୍ରାମରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ହାତରୁ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇଥିଲେ।  ହେଲେ ନିର୍ବାଚନୀ ଫଳାଫଳର ପୁନର୍ବାର ଗଣତିକୁ ନେଇ ନିର୍ବାଚନ ଆୟୋଗଙ୍କଠାରେ ଚ୍ୟାଲେଞ୍ଜ କରିଥିବା ଆବେଦନ ଖାରଜ ହେବା ପରେ ମମତା ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।