ଏମିତି ବି ମାଡ଼ିଆସେ ମୃତ୍ୟୁ

କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ସାହି ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପଳାଶପଙ୍ଗା ପଞ୍ଚାୟତ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ ଓ ଶୁଭମ ମହାନ୍ତ। ସୂଚନା ଅନଯାୟୀ, ସାରେ ଏନ୍‌ଏଚ୍‌ ପାର୍ଶ୍ୱ ଘର ନିକଟରେ ସୁମିତ୍ରା ତାଙ୍କ ନାତି ଶୁଭମଙ୍କୁ ଧରି ବସିଥିଲେ। ସେତିକିବେଳେ ପଦ୍ମପୁରରୁ ପଳାଶପଙ୍ଗା […] The post ଏମିତି ବି ମାଡ଼ିଆସେ ମୃତ୍ୟୁ appeared first on Dharitri Odia News.

ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ସାହି ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପଳାଶପଙ୍ଗା ପଞ୍ଚାୟତ ବାଙ୍କମାରୁଣୀ ଗ୍ରାମର ସୁମିତ୍ରା ମହାନ୍ତ ଓ ଶୁଭମ ମହାନ୍ତ। ସୂଚନା ଅନଯାୟୀ, ସାରେ ଏନ୍‌ଏଚ୍‌ ପାର୍ଶ୍ୱ ଘର ନିକଟରେ ସୁମିତ୍ରା ତାଙ୍କ ନାତି ଶୁଭମଙ୍କୁ ଧରି ବସିଥିଲେ। ସେତିକିବେଳେ ପଦ୍ମପୁରରୁ ପଳାଶପଙ୍ଗା ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଶୁଭମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳ ସୁମିତ୍ରା ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପଳାଶପଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। The post ଏମିତି ବି ମାଡ଼ିଆସେ ମୃତ୍ୟୁ appeared first on Dharitri Odia News.