ଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ଜଣେ ଓକିଲଙ୍କୁ ମାଡ଼ପିଟ କରିବା ଓ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୨ ତାରିଖରେ ହେମୁସୁରପଡ଼ାରେ ରହୁଥିବା ଅସିତ ଚନ୍ଦ୍ର ପ୍ରଧାନ ନାମକ ଜଣେ ଓକିଲଙ୍କୁ ମାଡ଼ପିଟକରି ତାଙ୍କ ବାଇକ୍କୁ ଭଙ୍ଗିବା ଓ ଜୀବନରେ ମାରିଦେବା ଗଟଣାସହ ସେହିଦିନ ବସଷ୍ଟାଣ୍ଡରେ ଥିବା ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାର ତଦନ୍ତକରି ପୁଲିସ ହେମୁସୁରପଡ଼ାର ବେଦୁ ଓରଫ […]

ଓକିଲଙ୍କୁ ମାଡ଼ପିଟ ଅଭିଯୋଗରେ ୨ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ଜଣେ ଓକିଲଙ୍କୁ ମାଡ଼ପିଟ କରିବା ଓ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୨ ତାରିଖରେ ହେମୁସୁରପଡ଼ାରେ ରହୁଥିବା ଅସିତ ଚନ୍ଦ୍ର ପ୍ରଧାନ ନାମକ ଜଣେ ଓକିଲଙ୍କୁ ମାଡ଼ପିଟକରି ତାଙ୍କ ବାଇକ୍କୁ ଭଙ୍ଗିବା ଓ ଜୀବନରେ ମାରିଦେବା ଗଟଣାସହ ସେହିଦିନ ବସଷ୍ଟାଣ୍ଡରେ ଥିବା ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାର ତଦନ୍ତକରି ପୁଲିସ ହେମୁସୁରପଡ଼ାର ବେଦୁ ଓରଫ ସନ୍ତୋଷ ଦେହୁରୀ ଓ ପପୁଲୁ ଓରଫ ରିତିକ ବାରିକଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।