ଓଡିଶା କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି

ଭୁବନେଶ୍ୱର- ଏକ ଅଭିନବ ଶୈଳୀରେ ନିର୍ମିତ ହୋଇ ବିଶ୍ୱରେ ପ୍ରଶଂସା ସାଉଟିଥିବା ଓଡିଶାର କୃଷି ଭବନକୁ ଆଉ ଏକ ମାନ୍ୟତା । ଦେଶବିଦେଶରେ ଆକର୍ଷଣ ପାଲଟିଥିବା ଭବ୍ୟ କୃଷି ଭବନକୁ ଏଜେଡ୍ ପୁରସ୍କାର ୨୦୨୦ର ସୋସିଆଲ ଗୁଡ୍ ଶ୍ରେଣୀରେ ପିପୁଲ୍ସ ଚଏସ୍ ପୁରସ୍କାର ହାସଲ କରିଛି । ଭାରତର ଏକମାତ୍ର ପ୍ରକଳ୍ପ ଭାବେ କୃଷି ଭବନକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । କୃଷି ଭବନକୁ ଏହି ସମ୍ମାନ ରାଜ୍ୟର କୃଷକ ଓ କାରିଗରଙ୍କୁ ସମର୍ପିତ ବୋଲି […] The post ଓଡିଶା କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି appeared first on The News Room.

ଓଡିଶା କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି
ଭୁବନେଶ୍ୱର- ଏକ ଅଭିନବ ଶୈଳୀରେ ନିର୍ମିତ ହୋଇ ବିଶ୍ୱରେ ପ୍ରଶଂସା ସାଉଟିଥିବା ଓଡିଶାର କୃଷି ଭବନକୁ ଆଉ ଏକ ମାନ୍ୟତା । ଦେଶବିଦେଶରେ ଆକର୍ଷଣ ପାଲଟିଥିବା ଭବ୍ୟ କୃଷି ଭବନକୁ ଏଜେଡ୍ ପୁରସ୍କାର ୨୦୨୦ର ସୋସିଆଲ ଗୁଡ୍ ଶ୍ରେଣୀରେ ପିପୁଲ୍ସ ଚଏସ୍ ପୁରସ୍କାର ହାସଲ କରିଛି । ଭାରତର ଏକମାତ୍ର ପ୍ରକଳ୍ପ ଭାବେ କୃଷି ଭବନକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । କୃଷି ଭବନକୁ ଏହି ସମ୍ମାନ ରାଜ୍ୟର କୃଷକ ଓ କାରିଗରଙ୍କୁ ସମର୍ପିତ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସେମାନେ ହିଁ ଏହି ଭବ୍ୟ କୋଠାର ନିର୍ମାଣ ପଛରେ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । The post ଓଡିଶା କୃଷି ଭବନକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି appeared first on The News Room.