ଓଡିଶାରେ ତିଆରି ହେବ ‘କୋଭାକ୍ସିନ୍’, ୫୦୦ କୋଟି ଟଙ୍କା ନିବେଶ କରିବ ‘ଭାରତ ବାୟୋଟେକ୍’

ଭୁବନେଶ୍ୱର,୨୫/୦୧: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍‌ ଟିକା । ଟିକା ପ୍ରସ୍ତୁତିକାରୀ କମ୍ପାନି “ଭାରତ ବାୟୋଟେକ୍‌’ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌ ଉତ୍ପାଦକ ୟୁନିଟ୍‌ ପାଇଁ କାମ ଆରମ୍ଭ କରିଛି । ରାଜ୍ୟ ସରକାର ଫାର୍ମା ଶିଳ୍ପ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି । ଭାରତ ବାୟୋଟେକ୍‌ର ଏହି ନୂଆ ୟୁନିଟ୍‌ ଆସନ୍ତା ଦେଢ଼ରୁ ୨ ବର୍ଷ ଭିତରେ ଛିଡ଼ା ହେବା ସହ ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି । ଗତ ଡିସେମ୍ବର ୧୦ ତାରିଖରେ କମ୍ପାନି ମୁଖ୍ୟ ଡାକ୍ତର କ୍ରିଷ୍ଣା ଇଲ୍ଲାଙ୍କ ପୁତ୍ର ରିଚାସ୍‌ ଭିରେନ୍ଦ୍ର ଦେବ ଅନ୍ଧାରୁଆଠାରେ ୟୁନିଟ୍‌ ପାଇଁ ଭୂମିପୂଜା କରି ସାରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ୩୦୦ରୁ ୫୦୦ କୋଟି ଟଙ୍କାର ପୁଞ୍ଜି ଖଟାଇବାକୁ ନିଷ୍ପତ୍ତି ହୋଇଛି । ନିର୍ମାଣ ପରେ କମ୍ପାନୀ ପକ୍ଷରୁ ଓଡ଼ିଶାରେ ହିଁ ବିଭିନ୍ନ ଭୂତାଣୁ ଓ ଜୀବାଣୁ ସଂକ୍ରମଣ ନିରୋଧ ଔଷଧ ସହ ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ସ୍ୱଦେଶୀ ଟିକା “କୋଭାକ୍ସିନ୍‌’କୁ ଅନୁମତି ପ୍ରଦାନ କରିଛନ୍ତି । ଦେଶରେ ଟିକାକରଣ ଆମ୍ଭ ହୋଇସାରିଛି । ଫଳରେ ଏହି ଟିକାକୁ ନେଇ ଭାରତ ବର୍ଷରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଏବେ କୋଭାକ୍ସିନ୍‌ ଟିକା ଦିଆଯାଉଛି । ଦେଶବାସୀଙ୍କ ଏହି ଉତ୍ସାହ ପଛରେ ଓଡ଼ିଶା ମାଟିର ସବୁଠାରୁ ବଡ଼ ଅବଦାନ କରିଛି । ଦେଶରେ ଯେଉଁ ୧୨ଟି ସ୍ଥାନରେ ଏହି “କୋଭାକ୍ସିନ୍‌’ ଟିକା ପରୀକ୍ଷଣ ହେଉଥିଲା । ଓଡ଼ିଶାର ସମ୍‌ ହସ୍ପିଟାଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ରାଜ୍ୟବାସୀଙ୍କ ଆବଶ୍ୟକତା ତଥା ଦେଶର ହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କରୋନା ଟିକା ଉତ୍ପାଦନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ । ସେଥିପାଇଁ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଏକ ଅତ୍ୟାଧୁନିକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଆଗେଇ ଆସିଥିଲେ । ଏନେଇ ଗତ ମାସ ନଭେମ୍ବର ମାସରେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମ୍ପାନୀକୁ ଇନ୍‌କ୍ୟୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍‌ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ଇଡ୍‌କୋ ଚେୟାରମ୍ୟାନ ସଞ୍ଜୟ ସିଂ ଅନ୍ଧାରୁଆଠାରେ ବାୟୋଟେକ୍‌ ପାର୍କରେ ଗୋଟିଏ ଜମି ଚିହ୍ନଟ କରିଛନ୍ତି । ସୂଚନାଯୋଗ୍ୟ, ଗୁରୁତର ରୋଟାଭାଇରସ୍‌, ଡାଇରିଆ, ମ୍ୟାଲେରିଆ, ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌, ରେବିଜ୍‌, ପାଣ୍ଡେମିକ୍‌ ଇନ୍‌ଫ୍ଲୁଏଞ୍ଜା ଓ ଡ୍ରଗ୍‌ ପ୍ରତିରୋଧକ ଷ୍ଟାଫିଲୋକୋକସ୍‌ ଆରିଏସ୍‌ ବିରୋଧରେ କମ୍ପାନୀ ନୂତନ କିମ୍ବା ଉନ୍ନତ ଟିକା ପ୍ରସ୍ତୁତ ଏବଂ ଉତ୍ପାଦନ କରିଛି। ଭୁବନେଶ୍ୱରର ଆନ୍ଧାରୁଆରେ ଏହାର ୟୁନିଟ୍‌ ମ୍ୟାଲେରିଆ ଏବଂ କୋଭିଡ୍‌ ଟିକା ସହିତ ୧୦ ପ୍ରକାରର ଟିକା ଉତ୍ପାଦନ କରିବ ବୋଲି ସୂଚନା ମିଳିଛି ।