ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର

ବାରିପଦା,୦୩/୧୨: ଯୁବକଙ୍କ ପେଟରେ ଭ୍ରୂଣ । ଅପରେସନ କରି ବାହାର କଲେ ଡାକ୍ତର । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଜଣେ ୨୩ ବର୍ଷୀୟ ଯୁବକଙ୍କ ପେଟରୁ ଅସ୍ତ୍ରୋପଚାର ଦ୍ୱାରା ଶିଶୁ ଭ୍ରୂଣ ବାହାର କରିଛନ୍ତି ଡାକ୍ତର । ଯୁବକଙ୍କ ପେଟରୁ ଦେଢ଼ କିଲୋଗ୍ରାମରୁ ଅଧିକ ଓଜନର ମୃତ ଶିଶୁର ଏକ ହାତ ଲମ୍ବର ଚୁଟି, ୬ଟି ଦାନ୍ତ, ଖପୁରି, ପିଠି ପାଖ ଅଂଶ ବାହାର କରାଯାଇଛି । ଏହା ସହିତ ୨କିଲୋଗ୍ରାମ ଓଜନର ପୂଜ ଓ ରକ୍ତ ବାହାର କରାଯାଇଛି । ବାରିପଦାର ଏକ ଘରୋଇ ନର୍ସିଂହୋମରେ ଏହି ବିରଳ ଘଟଣା ଦେଖିବାକୁ ମିଳିଥିବା ବେଳେ ଏହି ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ମୁତାବକ ବାରିପଦା ବ୍ଲକ ଅନ୍ତର୍ଗତ ବଡ଼ଯୋଡ଼ ନିକଟସ୍ଥ ଟସରଡ଼ା ଗ୍ରାମର ବନମାଳୀ ମହାନ୍ତଙ୍କ ପୁଅ ମଧୁସୂଦନ ମହାନ୍ତ (୨୩) ନିଜ ଡାହାଣ ପେଟରେ ଅଧିକାଂଶ ସମୟରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରି ଆସୁଥିଲେ । ଦିନକୁ ଦିନ ଏହି ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଲା । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକତ୍ସା ଓ ପରୀକ୍ଷଣ ପରେ ଚିକିତ୍ସା କରୁଥିବା ଡାକ୍ତର ଏହା କ୍ୟାନସର ବୋଲି ଚିହ୍ନଟ କରିଥିଲେ । ଉନ୍ନତ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ।   ଏଠାକାର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମଧୁସୂଦନକୁ ନେଇ ପିତା ବନମାଳୀ କଟକ ଏସ୍‌ସିବିକୁ ଯାଇଥିଲେ । ସେଠାରୁ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ ସମେତ ଭୁବନେଶ୍ୱରର ବିଭିନ୍ନ ବେସରକାରୀ ଚିକିତ୍ସାଳୟକୁ ମଧ୍ୟ ଯାଇଥିଲେ । ତେବେ କର୍କଟରୋଗ ଚିହ୍ନଟ ହୋଇ ସାରିଥିବାରୁ କେମୋଥେରାପି ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ବନମାଳୀ ଅକ୍ଷମତା ପ୍ରକାଶ କରିଥିଲେ । ତେଣୁ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ପୁଅକୁ ଧରି ଘରକୁ ଫେରିଆସିଥିଲେ । ପରେ ବାରିପଦାର ଶଲ୍ୟ ଚିକିତ୍ସକ ଡାକ୍ତର ଦୀପକ ରଞ୍ଜନ ନାଏକଙ୍କ ସଂପର୍କରେ ବନମାଳୀ ଜାଣିବା ପରେ ତାଙ୍କ ନିକଟରେ ପୁଅର ରୋଗ ସଂପର୍କରେ କହିଥିଲେ । ଡାକ୍ତର ଶ୍ରୀ ନାଏକ ସବୁ କଥା ପଚାରି ବୁଝିବା ସହ ସମସ୍ତ ରିପୋର୍ଟକୁ ତର୍ଜମା କରିଥିଲେ । ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞମାନଙ୍କ ସହ ବିଚାର ବିମର୍ଷ କରି ଶଲ୍ୟ ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂହୋମରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ଅପରେସନ ପାଇଁ ନଭେମ୍ବର ମାସ ୨୧ ତାରିଖରୁ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଦିନ ଧାର୍ଯ୍ୟ ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଡା ନାଏକ ଏବଂ ତାଙ୍କ ସହଯୋଗୀ ଡାକ୍ତରୀ ଦଳଙ୍କ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅସ୍ତ୍ରୋପଚାର ସଫଳ ହୋଇଥିଲା । ସାତ ଜଣିଆ ଚିକିତ୍ସକ ଦଳରେ ଡା. ଦୀପକ ରଞ୍ଜନ ନାଏକଙ୍କ ସହିତ ନିଶ୍ଚେତକ ବିଶେଷଜ୍ଞ ଡା ପ୍ରୀତିମୟୀ ନାଏକ, ଓଟି ସିଷ୍ଟର ଅଳକା ମହାନ୍ତି ଓ ଅନ୍ୟମାନେ ସହଯୋଗ କରିଥିଲେ । ୫ ଘଣ୍ଟାର ଅପରେସନ ପରେ ମଧୁସୂଦନଙ୍କ ପେଟରୁ ଏକ ଅବିକଶିତ ମୃତ ଭ୍ରୂଣ ବାହାରିଥିଲା । ଭ୍ରୂଣଟି ପେଟ ଭିତରେ ସଂପୂର୍ଣ୍ଣ ବିକଶିତ ହୋଇନଥିଲା । ତେବେ ଏହାର ଚୁଟି, ଦାନ୍ତ, ଖପୁରି, ପିଠି ପାଖ ଅଂଶ ପ୍ରଭୃତି ଅଙ୍ଗଗୁଡିକ ବିକଶିତ ହୋଇ ପୂର୍ଣ୍ଣ ରୂପ ନେଉଥିଲା ବୋଲି ଡାକ୍ତର ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଏହାର ଓଜନ ଦେଢ଼ କିଲୋଗ୍ରାମରୁ ଅଧିକ ହୋଇଥିଲା ବେଳେ ପୂଜ ଓ ରକ୍ତ ପାଖାପାଖି ଦୁଇ କିଲୋ ବାହାରିଥିବା ଡାକ୍ତର କହିଛନ୍ତି। ତେବେ ଗୋଟିଏ ପୁଅ ପିଲା ପେଟରେ କିପରି ଶିଶୁ ବିକଶିତ ହେଲା ପଚାରିବାରୁ ଡାକ୍ତର କହିଥିଲେ ଯେ ଏହା ରୋଗୀର ଜନ୍ମ ବେଳରୁ ପେଟରେ ରହିଥିଲା । ପ୍ରକୃତରେ ତାଙ୍କ ମାଆଙ୍କର ଯମଜ ଶିଶୁ ଜନ୍ମ ହେବା କଥା କିନ୍ତୁ କୌଣସି କାରଣରୁ ଗୋଟିଏ ଭ୍ରୂଣ ମଧ୍ୟରେ ଆଉ ଗୋଟିଏ ଭ୍ରୂଣ ରହିଯିବାରୁ ଏଭଳି ହୋଇଥିବା ସେ କହିଛନ୍ତି । ତେବେ କାଳକ୍ରମେ ଗୋଟିଏ ଭ୍ରୂଣ ସାଧାରଣ ଭାବେ ବଢ଼ି ଶିଶୁ ଭାବେ ପ୍ରସବ ହୋଇଥିଲା ଅନ୍ୟଟି ଜନ୍ମିତ ଶିଶୁର ପେଟ ଭିତରେ ରହି ମୂତ୍ରାଶୟ ସହ ସଂଯୁକ୍ତ ହୋଇ ଆସ୍ତେ ଆସ୍ତେ ବିକଶିତ ହେଉଥିଲା । ଏହା ଏକ ବିରଳ ଘଟଣା ବୋଲି ଡଃ ନାଏକ ପ୍ରକାଶ କରିଛନ୍ତି । ଏବେ ମଧୁସୂଦନଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି ।