ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଏପରିକି ଦୈନିକ ସଂକ୍ରମଣ ହାର ୧୨ ହଜାର ପାର୍ କରିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି । ସେହିପରି […] The post ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ? appeared first on Odisha Bhaskar.

ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଏପରିକି ଦୈନିକ ସଂକ୍ରମଣ ହାର ୧୨ ହଜାର ପାର୍ କରିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି । ସେହିପରି ୧ ହାଜର ୮୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ଏହା ସହ କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬, ନୂଆପଡାରେ ୨୯୦, ନବରଙ୍ଗପୁରରେ ୨୮୨, ବଲାଙ୍ଗିରରେ ୨୬୦, ମୟୂରଭଞ୍ଜରେ ୨୫୭, ରାୟଗଡାରେ ୨୦୧, ନୟାଗଡରେ ୧୯୪, କେନ୍ଦ୍ରପଡାରେ ୧୯୨, କେନ୍ଦୁଝରରେ ୧୭୯, ସୁବର୍ଣ୍ଣପୁରରେ ୧୫୯, ଢେଙ୍କାନାଳରେ ୧୪୨, କୋରାପୁଟରେ ୧୩୦, ବୌଦ୍ଧରେ ୧୨୮, ଗଜପତିରେ ୯୧, କନ୍ଧମାଳରେ ୬୯, ଦେବଗଡ ଓ ମାଲକାନଗିରିରେ ୬୦ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । The post ଓଡିଶାରେ ସବୁ ରେକର୍ଡ ଭଙ୍ଗିଲା କରୋନା: ଦୈନିକ ସଂକ୍ରମଣ ୧୨ ହଜାର ପାର୍‌, ଜାଣନ୍ତୁ କେଉଁଠୁ କେତେ? appeared first on Odisha Bhaskar.