ଓଲି ରବିନସନଙ୍କ ଡାକରା

ସାଉଥାମ୍ପଟନ, ୯ା୮ (ପି.ଟି.)- ଅଗଷ୍ଟ ୧୩ରୁ ଏଜାସବାଓଲଠାରେ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡର ରୁଦ୍ଧଦ୍ୱାର ଟ୍ରେନିଂ କ୍ୟାମ୍ପରେ ଯୋଗଦେବା ଲାଗି ଉଦୀୟମାନ ପେସ୍‌ ବୋଲର ଓଲି ରବିନସନଙ୍କୁ କୁହାଯାଇଛି। ଏହି ଖେଳାଳି ଆସନ୍ତା ବବ୍‌ ଓ୍ବିଲ୍ସ ଟ୍ରଫି ଲାଗି ସସେକ୍ସ ଦଳ ତରଫରୁ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୬ ବର୍ଷୀୟ ଏହି କ୍ରିକେଟର ୫୭ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୨୪୪ ଉଇକେଟ ଅକ୍ତିଆର କରିଛନ୍ତି। ସେ ଅତୀତରେ ମଧ୍ୟ ଇଂଲଣ୍ଡ […] The post ଓଲି ରବିନସନଙ୍କ ଡାକରା appeared first on Dharitri Odia News.

ଓଲି ରବିନସନଙ୍କ ଡାକରା
ସାଉଥାମ୍ପଟନ, ୯ା୮ (ପି.ଟି.)- ଅଗଷ୍ଟ ୧୩ରୁ ଏଜାସବାଓଲଠାରେ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡର ରୁଦ୍ଧଦ୍ୱାର ଟ୍ରେନିଂ କ୍ୟାମ୍ପରେ ଯୋଗଦେବା ଲାଗି ଉଦୀୟମାନ ପେସ୍‌ ବୋଲର ଓଲି ରବିନସନଙ୍କୁ କୁହାଯାଇଛି। ଏହି ଖେଳାଳି ଆସନ୍ତା ବବ୍‌ ଓ୍ବିଲ୍ସ ଟ୍ରଫି ଲାଗି ସସେକ୍ସ ଦଳ ତରଫରୁ ଖେଳିବାକୁ ମନୋନୀତ ହୋଇଛନ୍ତି। ୨୬ ବର୍ଷୀୟ ଏହି କ୍ରିକେଟର ୫୭ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୨୪୪ ଉଇକେଟ ଅକ୍ତିଆର କରିଛନ୍ତି। ସେ ଅତୀତରେ ମଧ୍ୟ ଇଂଲଣ୍ଡ ଟେଷ୍ଟ ଦଳର ସଦସ୍ୟ ହୋଇଛନ୍ତି। କିନ୍ତୁ ଥରେ ହେଲେ ଜାତୀୟ ଦଳରୁ ଖେଳିବା ଲାଗି ସୁଯୋଗ ପାଇ ନାହାନ୍ତି। ସିମର ରବିନସନ ବର୍ତ୍ତମାନ କେଣ୍ଟ ବିପକ୍ଷ ବବ୍‌ ଓ୍ବିଲ୍ସ ଟ୍ରଫି ମ୍ୟାଚ ପାଇଁ ସସେକ୍ସ ଦଳରୁ ଓହରିଯାଇଛନ୍ତି। The post ଓଲି ରବିନସନଙ୍କ ଡାକରା appeared first on Dharitri Odia News.