ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା ..

ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମଦ ଭର୍ତ୍ତି ଟ୍ରକ୍ ଓଲଟି ପଡିଛି । ଏହାପରେ ଲୋକଙ୍କର ସତେ ଯେପରି ଲଟେରୀ ଲାଗିଛି । ଯିଏ ଯାହା ହାତରେ ପାଇଲେ ସେଥିରେ ପୁରାଇ ବୋହି ନେବାରେ ଲାଗିଲେ ମଦ । କିଏ ହାତରେ ଧରି ନେଲାଣି ତ ଆଉ କିଏ ବାକ୍ସ ଆଣି ଭର୍ତ୍ତି କରିବାରେ ଲାଗିଲାଣି । ତେବେ ଏହି ଭିଡିଓଟି […] The post ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା .. appeared first on Odisha Bhaskar.

ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା ..
ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମଦ ଭର୍ତ୍ତି ଟ୍ରକ୍ ଓଲଟି ପଡିଛି । ଏହାପରେ ଲୋକଙ୍କର ସତେ ଯେପରି ଲଟେରୀ ଲାଗିଛି । ଯିଏ ଯାହା ହାତରେ ପାଇଲେ ସେଥିରେ ପୁରାଇ ବୋହି ନେବାରେ ଲାଗିଲେ ମଦ । କିଏ ହାତରେ ଧରି ନେଲାଣି ତ ଆଉ କିଏ ବାକ୍ସ ଆଣି ଭର୍ତ୍ତି କରିବାରେ ଲାଗିଲାଣି । ତେବେ ଏହି ଭିଡିଓଟି ଆସାମର ସେପୋପ ଅଞ୍ଚଳରୁ ଆସିଛି । ସେଠାରେ ଅତିକ୍ରମ କରୁଥିବା ଏକ ମଦ ଭର୍ତ୍ତି ଟ୍ରକ୍ କୌଣସି କାରଣ ବଶତଃ ଓଲଟି ପଡିଥିଲା, ଯାହାର ସୁଯୋଗ ନେଇ ଲୋକମାନେ ମଦ ଲୁଟ କରିବାରେ ଲାଗିପଡିଲେ । ମାଗଣା ମଦ ଛାଡୁଛି ବା କିଏ । ଏପରି ଲୁଟ ଆରମ୍ଭ ହେଲା ଯେ, ଲୋକମାନେ ଆଉ ହାତରେ ନଆଣି ପେଟିରେ ବୋହିବାକୁ ଲାଗିଲେ । ରାସ୍ତାରେ ଯାଉଥିବା ଲୋକେ ଗାଡି ରଖି ମଦ ନେବାରେ ଲାଗିଲେ । ମଦ ନେଇ ଲୋକମାନେ ଚାଲିଗଲେ, କିନ୍ତୁ ଗାଡି ସେମତି ଓଲଟି ପଡିଛି ।   The post ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା .. appeared first on Odisha Bhaskar.