ଓୟୁଏଟି କୃଷକ ମେଳା, କୃଷକଙ୍କ ପାଇଁ ବୈଜ୍ଞାନିକ ଆଗେଇ ଆସନ୍ତୁ

ଭୁବନେଶ୍ୱର: କୋଭିଡ୍‌-୧୯ ପରି ମହାମାରୀ ସମୟରେ ରାଜ୍ୟର କୃଷକମାନେ ଖାଦ୍ୟ ଉତ୍ପାଦନ କରି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛନ୍ତି। ଏଥିସହ ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସେମାନେ କ୍ରମାଗତ ଭାବେ ଫସଲ ଉତ୍ପାଦନ ବୃଦ୍ଧି କରିଛନ୍ତି। ତେଣୁ କୃଷକର ଆୟ ବହୁଗୁଣିତ କରିବା ପାଇଁ ସରକାର ଯେଉଁ ଆହ୍ୱାନ ଦେଇଛନ୍ତି, ତାକୁ ସାକାର କରିବା ପାଇଁ ପ୍ରତ୍ୟେକସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ […] The post ଓୟୁଏଟି କୃଷକ ମେଳା, କୃଷକଙ୍କ ପାଇଁ ବୈଜ୍ଞାନିକ ଆଗେଇ ଆସନ୍ତୁ first appeared on Sambad.

ଓୟୁଏଟି କୃଷକ ମେଳା, କୃଷକଙ୍କ ପାଇଁ ବୈଜ୍ଞାନିକ ଆଗେଇ ଆସନ୍ତୁ
ଭୁବନେଶ୍ୱର: କୋଭିଡ୍‌-୧୯ ପରି ମହାମାରୀ ସମୟରେ ରାଜ୍ୟର କୃଷକମାନେ ଖାଦ୍ୟ ଉତ୍ପାଦନ କରି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛନ୍ତି। ଏଥିସହ ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସେମାନେ କ୍ରମାଗତ ଭାବେ ଫସଲ ଉତ୍ପାଦନ ବୃଦ୍ଧି କରିଛନ୍ତି। ତେଣୁ କୃଷକର ଆୟ ବହୁଗୁଣିତ କରିବା ପାଇଁ ସରକାର ଯେଉଁ ଆହ୍ୱାନ ଦେଇଛନ୍ତି, ତାକୁ ସାକାର କରିବା ପାଇଁ ପ୍ରତ୍ୟେକସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଉନ୍ନତ ବିହନ, ନୂତନ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ନିରନ୍ତର ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ତଥା ବଜାର ଚାହିଦାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ରାଜ୍ୟର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳ ନିମନ୍ତେ ଉପଯୋଗୀ କୃଷି ପଦ୍ଧତିର ବିକାଶ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ଓୟୁଏଟି ପକ୍ଷରୁ ଆୟୋଜିତ କୃଷକ ମେଳା-୨୦୨୦କୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଓୟୁଏଟି କୁଳପତି ପ୍ରଫେସର୍‌ ପବନ କୁମାର ଅଗ୍ରଓ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ କହିଲେ, ଚାଷୀଙ୍କୁ କୃଷି କାର୍ଯ୍ୟ‌ରେ ପରାମର୍ଶ ଦେବା ପାଇଁ ପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ନିୟମିତ ବୈଠକ ହେଉଛି। ‘ଆମ କୃଷି’ ମୋବାଇଲ୍‌ ଫୋନ୍‌ ପରାମର୍ଶ ସୂଚନା ସେବା ମାଧ୍ୟମରେ ଚାଷୀଙ୍କୁ ପ୍ରତ୍ୟହ ଆବଶ୍ୟକ ପରାମର୍ଶ ଯୋଗାଇ ଦିଆଯାଇଛି। ଏହା ଚାଷୀଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ୨୦୨୦ରେ ୧୦ ଲକ୍ଷ କୃଷକ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କୃଷି ସମ୍ପର୍କିତ ଦୁଇଟି ପୁସ୍ତିକା ଉନ୍ମୋଚନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, କୃଷି ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ କେ.କେ ରାଉତ ଧନ୍ୟବାଦ ଦେଇଥିଲେ। ଏହି କୃଷକ ମେଳାରେ ରାଜ୍ୟର ବହୁଚାଷୀ ଓ ଅନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗ ଦେଇଥିଲେ।The post ଓୟୁଏଟି କୃଷକ ମେଳା, କୃଷକଙ୍କ ପାଇଁ ବୈଜ୍ଞାନିକ ଆଗେଇ ଆସନ୍ତୁ first appeared on Sambad.