କଅଁଳ ବୟସରେ ନେଲେ ଚରମ ନିଷ୍ପତ୍ତି, ପ୍ରେମିକାକୁ ଲାଇଭ୍ ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ପାଟନା,୧୬/୦୧: ପ୍ରେମ ପାଇଁ ଚାଲିଗଲା ଜୀବନ । ଭିଡିଓ କଲ୍ କରି ଆତ୍ମହତ୍ୟା କଲା ପ୍ରେମିକ । ବିହାରର ରାମପୁର ଥାନା ଅନ୍ତର୍ଗତ ମୁସ୍ତଫାବାଦ କଲୋନୀରେ ଏହି ଘଟଣା ସାମ୍ନାକୁ ଆସିଛି । ପ୍ରେମିକଙ୍କ ମୃତ୍ୟୁର ଖବର ପ୍ରେମିକା ହିଁ ତାର ପରିବାର ଲୋକଙ୍କୁ ଦେଇଥିବା ଜଣାପଡିଛି । ସୂଚନାନୁସାରେ, ଉଭୟ ପ୍ରେମିକ ଓ ପ୍ରେମିକା ଗୋଟିଏ ସ୍କୁଲରେ ପାଠ ପଢନ୍ତି । ଆତ୍ମହତ୍ୟ କରିଥିବା ଛାତ୍ର ହେଲେ ବିବେକ । ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି । ତେବେ ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୁହାଯାଉଛି ଯେ, ନାବାଳକ ଛାତ୍ରଜଣଙ୍କ ମୁସ୍ତାଫାବାଦର ମୋହଲ୍ଲାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଏଠାରେ ନିଜର ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ । ତେବେ ସେ ନିଜ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ । ତେବେ ଛାତ୍ରଜଣଙ୍କ ଯେପରି ଭାବେ ଆତ୍ମହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ଛାତ୍ରଙ୍କ ପିତା କହିଛନ୍ତି ଯେ, ପୁଅର ସହପାଠିନୀ ରାତିରେ ଫୋନ କରି ବିବେକର ଆତ୍ମହତ୍ୟା ବାବଦରେ ସୂଚନା ଦେଇଥିଲା । ସେ କେଉଁ ବନ୍ଧୁଙ୍କଠାରୁ ଫୋନ ଆଣି ତାଙ୍କୁ ଫୋନ୍ କରିଥିଲେ । ତେବେ ଛାତ୍ରୀଜଣଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପୁଅକୁ ଉସକାଇଥିବା ପିତା ଅଭିଯୋଗ ଆଣିଛନ୍ତି । ପୋଲିସର କହିବାନୁସାରେ, ଘଟଣାର ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ ବିବେକ ଲାଇଭ ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ତାକୁ ଅନୁଧ୍ୟାନ କରାଯାଉଛି । ତାଙ୍କ ପିତା ସଂପୃକ୍ତ ଛାତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଏକତରଫା ପ୍ରେମ ପ୍ରସଙ୍ଗ ଥିଲା ନା ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ତାହା ଅସ୍ପଷ୍ଟ ରହିଛି ।