କଇଁଛର ଜୀବନ ବଞ୍ଚାଇଲା ମଇଁଷି, ଭିଡିଓ ଦେଖି ୟୁଜର୍ସ କହିଲେ-‘ପଶୁ ଠାରୁ ମଣିଷ କିଛି ଶିଖିବା ଉଚିତ୍’

ନୂଆଦିଲ୍ଲୀ ୧୮/୧୨: ସୋସିଆଲ ମିଡିଆରେ ପ୍ରାୟତଃ ଏପରି ଭିଡିଓ ସାମ୍ନାକୁ ଆସିଥାଏ ଯେଉଁଥିରେ ଏକ ପଶୁ ଅନ୍ୟ ପ୍ରାଣୀମାନଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ। ସମ୍ପ୍ରତି, ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ଏକ ମଇଁଷି କଇଁଛର ଜୀବନ ରକ୍ଷା କରୁଥିବା ଦେଖିବାକୁ ମିଳିଛି। ମଇଁଷିର ଏହି କାର୍ଯ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। Everyone can be kind…Buffalo saving a tortoise by turning it around ????(As shared) pic.twitter.com/Qs4mk8A2K8— Susanta Nanda IFS (@susantananda3) December 17, 2021 ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ କଇଁଛ ଓଲଟି ପଡିଥିବାର ଦେଖାଯାଇଛି। ସେହି ସହି ସମୟରେ ଏକ ମଇଁଷି କଇଁଛଟିକୁ ସାହାଯ୍ୟ କରିବାକୁ ଆସିଛି ଏବଂ ତାର ଶିଙ୍ଗ ସାହାଯ୍ୟରେ ଯଥାସମ୍ଭବ ଚେଷ୍ଟା କରିଛି। Everyone can be kind…Buffalo saving a tortoise by turning it around ????(As shared) pic.twitter.com/Qs4mk8A2K8— Susanta Nanda IFS (@susantananda3) December 17, 2021 ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓଟି ୩୧ ହଜାରରୁ ଅଧିକ ଭ୍ୟୁ ପାଇଛି। ଏଥି ସହିତ, ୟୁଜର୍ସ କମେଣ୍ଟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, 'ଆଜିକାଲି ମଣିଷ କେବଳ ପଶୁମାନଙ୍କଠାରୁ କିଛି ଶିଖିବା ଉଚି,ତ୍ କାରଣ ମଣିଷ ମାନବିକତା ହରାଇଦେଇଛି।'