କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତେଣୁ ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ମାତ୍ର ସୁଶାନ୍ତଙ୍କ ପୂର୍ବତନ ଆଶିଷ୍ଟାଣ୍ଟ ଅଙ୍କିତ ଆଚାର୍ଯ୍ୟ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଇ(ସୁଶାନ୍ତ) କେବେହେଲେ ଆତ୍ମହତ୍ୟା କରିପାରିବେ ନାହିଁ, ଏହା ଏକ ହତ୍ୟା ଘଟଣା। କାରଣ ଯେତେବେଳେ କେହି ବେକରେ […] The post କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା! appeared first on Dharitri Odia News.

କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!
ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତେଣୁ ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ମାତ୍ର ସୁଶାନ୍ତଙ୍କ ପୂର୍ବତନ ଆଶିଷ୍ଟାଣ୍ଟ ଅଙ୍କିତ ଆଚାର୍ଯ୍ୟ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଇ(ସୁଶାନ୍ତ) କେବେହେଲେ ଆତ୍ମହତ୍ୟା କରିପାରିବେ ନାହିଁ, ଏହା ଏକ ହତ୍ୟା ଘଟଣା। କାରଣ ଯେତେବେଳେ କେହି ବେକରେ ରଶି ଲଗାଇ ଆତ୍ମହତ୍ୟା କରେ ତାଙ୍କ ବେକରେ ‘ୟୁ’ ସେପ୍‌ରେ ଏକ ଚିହ୍ନ ହୋଇଥାଏ। ଏଥିସହ ଆଖି ଏବଂ ଜିଭ ବାହାରକୁ ବାହାରି ଆସେ। ମାତ୍ର ସୁଶାନ୍ତ ଭାଇଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳି ନ ଥିଲା। ତେଣୁ ଏହା ଏକ ହତ୍ୟା। ଆହୁରି ମଧ୍ୟ ସେ କହିଛନ୍ତି, ଭାଇଙ୍କ ବେକରେ ଯେଉଁ ଚିହ୍ନ ଥିଲା, ତାହା ତାଙ୍କ କୁକୁର ‘ଫଜ୍‌’ର ବେଲ୍ଟ ଚିହ୍ନ। ତେଣୁ ହତ୍ୟାକାରୀମାନେ ଫଜ୍‌ର ବେଲ୍ଟରେ ଭାଇଙ୍କୁ ହତ୍ୟା କରିଛନ୍ତି ବୋଲି ଅଙ୍କିତ କହିଛନ୍ତି। The post କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା! appeared first on Dharitri Odia News.