କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା

ଘରେ ପେଟ୍‌ ଅନେକେ ରଖନ୍ତି। ପେଟ୍‌ ଭିତରେ କୁକୁର ପ୍ରାୟ ସମସ୍ତଙ୍କର ପ୍ରିୟ। ଘରର ଜଗୁଆଳି ସହ ପରିବାର ସଦସ୍ୟଙ୍କ ଭଲ ବନ୍ଧୁଟିଏ ହୋଇଥାଏ କୁକୁର। ଅନେକ ସମୟରେ ତ ସେ ପାଲଟିଯାଏ ଘରର ସଦସ୍ୟ। ଆଉ ତା’ର ମାଲିକ ତା’ ପଛରେ ଖର୍ଚ୍ଚ କରନ୍ତି ଅନେକ ଟଙ୍କା। ୟୁ.କେ.ର ଓ୍ବେଲ୍ସରେ ରହୁଥିବା ଏଲିସା ଥୋର୍ନ ଓ ତାଙ୍କ ପପି ଫାବିଓଙ୍କ ସମ୍ପର୍କ ବି ଠିକ୍‌ ସେମିତି। ଏଲିସା, ଚାଇନିଜ୍‌ କ୍ରେଷ୍ଟେଡ ପ୍ରଜାତିର କୁକୁର ଫାବିଓକୁ ନିଜ […] The post କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା appeared first on Dharitri Odia News.

କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା
ଘରେ ପେଟ୍‌ ଅନେକେ ରଖନ୍ତି। ପେଟ୍‌ ଭିତରେ କୁକୁର ପ୍ରାୟ ସମସ୍ତଙ୍କର ପ୍ରିୟ। ଘରର ଜଗୁଆଳି ସହ ପରିବାର ସଦସ୍ୟଙ୍କ ଭଲ ବନ୍ଧୁଟିଏ ହୋଇଥାଏ କୁକୁର। ଅନେକ ସମୟରେ ତ ସେ ପାଲଟିଯାଏ ଘରର ସଦସ୍ୟ। ଆଉ ତା’ର ମାଲିକ ତା’ ପଛରେ ଖର୍ଚ୍ଚ କରନ୍ତି ଅନେକ ଟଙ୍କା। ୟୁ.କେ.ର ଓ୍ବେଲ୍ସରେ ରହୁଥିବା ଏଲିସା ଥୋର୍ନ ଓ ତାଙ୍କ ପପି ଫାବିଓଙ୍କ ସମ୍ପର୍କ ବି ଠିକ୍‌ ସେମିତି। ଏଲିସା, ଚାଇନିଜ୍‌ କ୍ରେଷ୍ଟେଡ ପ୍ରଜାତିର କୁକୁର ଫାବିଓକୁ ନିଜ ସନ୍ତାନ ଭଳି ଦେଖନ୍ତି। ତାକୁ ଖୁବ୍‌ ଭଲ ପାଆନ୍ତି। ଆଉ ତା’ ପାଇଁ ଖର୍ଚ୍ଚ କରନ୍ତି ଲକ୍ଷ ଲକ୍ଷ ଟଙ୍କା। ଦାମୀ ପୋଷାକ, ଗହଣା ସାଙ୍ଗକୁ ତା’ ପାଇଁ ଏକ ବେବି ଅଡି କାର୍‌ ବି ସେ କିଣିଛନ୍ତି; ଯେଉଁ କାର୍‌ରେ ଫାବିଓ ବୁଲିଥାଏ। ବେକରେ ସେ ହୀରାର ପଟା ପିନ୍ଧିଥାଏ। ନିକଟରେ କ୍ରିସ୍‌ମସ୍‌ ସେଲିବ୍ରେଶନ୍‌ ବେଳେ ତ ଏଲିସା ଫାବିଓକୁ ୭ ଲକ୍ଷ ଟଙ୍କାର ଉପହାର ବି ଦେଇଛନ୍ତି। The post କୁକୁରର ଅୟସ ଜୀବନ: ଅଡି କାର୍‌ରେ ବୁଲେ, ପିନ୍ଧିଥାଏ ହୀରାର ପଟା appeared first on Dharitri Odia News.