କୋଟିପତି “MBA ଚା’ ବାଲା”, ଏମିତି ଥିଲା ତାଙ୍କର ସଂଘର୍ଷର କାହାଣୀ…

ଭୋପାଳ, ୧୯ା୩: ଜୀବନରେ କିଛି ବି ଅସମ୍ଭବ ନୁହେଁ । ଏକଥା ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ପ୍ରଫୁଲ୍ଲ ବିଲୋର । ପ୍ରଫୁଲ୍ଲ ଚା’ ବ୍ୟବସାୟ କରି ମାତ୍ର ୨୨ ବର୍ଷ ବୟରେ ନିଜ କାରବାରକୁ ୩ କୋଟିରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ଅହମ୍ମଦାବାଦରେ ରହୁଥିବା ପ୍ରଫୁଲ୍ଲ ‘MBA Chaiwala’ ଭାବେ ସମଗ୍ର ଦେଶରେ ପ୍ରସିଦ୍ଧ ହୋଇପାରିଛନ୍ତି । ଅତ୍ୟଧିକ ପରିଶ୍ରମ କରି ମଧ୍ୟ ପ୍ରଫୁଲ୍ଲ କ୍ୟାଟରେ ଭଲ ସ୍କୋର କରି ନ ପାରି ଭାଙ୍ଗି ପଡ଼ିଥିଲେ […] The post କୋଟିପତି “MBA ଚା’ ବାଲା”, ଏମିତି ଥିଲା ତାଙ୍କର ସଂଘର୍ଷର କାହାଣୀ… appeared first on Odisha Bhaskar.

କୋଟିପତି “MBA ଚା’ ବାଲା”, ଏମିତି ଥିଲା ତାଙ୍କର ସଂଘର୍ଷର କାହାଣୀ…
ଭୋପାଳ, ୧୯ା୩: ଜୀବନରେ କିଛି ବି ଅସମ୍ଭବ ନୁହେଁ । ଏକଥା ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ପ୍ରଫୁଲ୍ଲ ବିଲୋର । ପ୍ରଫୁଲ୍ଲ ଚା’ ବ୍ୟବସାୟ କରି ମାତ୍ର ୨୨ ବର୍ଷ ବୟରେ ନିଜ କାରବାରକୁ ୩ କୋଟିରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ଅହମ୍ମଦାବାଦରେ ରହୁଥିବା ପ୍ରଫୁଲ୍ଲ ‘MBA Chaiwala’ ଭାବେ ସମଗ୍ର ଦେଶରେ ପ୍ରସିଦ୍ଧ ହୋଇପାରିଛନ୍ତି । ଅତ୍ୟଧିକ ପରିଶ୍ରମ କରି ମଧ୍ୟ ପ୍ରଫୁଲ୍ଲ କ୍ୟାଟରେ ଭଲ ସ୍କୋର କରି ନ ପାରି ଭାଙ୍ଗି ପଡ଼ିଥିଲେ । ଏହା ପରେ ସେ ଜୀବନରେ କିଛି ନୂଆ କରିବାକୁ ଭାବିଥିଲେ । ସେ ଅହମ୍ମଦାବାଦରେ ଏମବିଏ ପଢ଼ୁଥିବା ବେଳେ ଏକ ରେଷ୍ଟୁରାଣ୍ଟରେ ପାର୍ଟଟାଇମ୍ ଜବ୍ କରିଥିଲେ । ତାଙ୍କର ପିତାମାତା ଏହାକୁ ବିରୋଧ କରୁଥିଲେ ମଧ୍ୟ ସେ ପଛକୁ ହଟିନଥିଲେ । ପ୍ରଫୁଲ୍ଲ ଜଣେ ଚା ଦୋକାନୀଙ୍କ ସହ କଥା ହୋଇ ଏକ ଚା ଦୋକାନ ଆରମ୍ଭ କରି ମାସକୁ ୧୫ ହଜାର ରୋଜଗାର କରିଥିଲେ । ଏହାପରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ । ତାଙ୍କ ପରିବାର ପାଇଁ ଏହା ଲଜ୍ଜାର ବିଷୟ ବୋଲି ତାଙ୍କର ପିତାମାତା କହିଥିଲେ । ସାଙ୍ଗସାଥୀମାନେ ତାଙ୍କୁ ପରିହାସ କରିଥିଲେ । ମାତ୍ର ପ୍ରଫୁଲ୍ଲ ଏସବୁକୁ ଖାତିର ନ କରି ଆଜି କମ ବୟସରେ କୋଟିପତି ହୋଇ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । The post କୋଟିପତି “MBA ଚା’ ବାଲା”, ଏମିତି ଥିଲା ତାଙ୍କର ସଂଘର୍ଷର କାହାଣୀ… appeared first on Odisha Bhaskar.