କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ୨ ମହିଳା ଗୁରୁତର

ଅନୁଗୁଳ: କେନ୍ଦୁ ପତ୍ର ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ। ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗାଁ ନିକଟ ଜଙ୍ଗଲରେ କେନ୍ଦୁପତ୍ର ଗୋଟାଇବାକୁ ଯାଇଥିବା ୨ଜଣ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ସେହି ଗାଁର ଚଞ୍ଚଳା ସାହୁ ଓ ମେଘି ସାହୁ । ସୂଚନା ମୁତାବକ, ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ସକାଳେ ଚଞ୍ଚଳା ଓ ମେଘି ଗ୍ରାମ ପାଖ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିଲେ। କେନ୍ଦୁପତ୍ର ତେଳୁଥିବା ବେଳେ ହଠାତ୍ […]

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ୨ ମହିଳା ଗୁରୁତର
ଅନୁଗୁଳ: କେନ୍ଦୁ ପତ୍ର ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ। ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗାଁ ନିକଟ ଜଙ୍ଗଲରେ କେନ୍ଦୁପତ୍ର ଗୋଟାଇବାକୁ ଯାଇଥିବା ୨ଜଣ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ସେହି ଗାଁର ଚଞ୍ଚଳା ସାହୁ ଓ ମେଘି ସାହୁ । ସୂଚନା ମୁତାବକ, ପ୍ରତ୍ୟେକ ଦିନ ଭଳି ମଙ୍ଗଳବାର ସକାଳେ ଚଞ୍ଚଳା ଓ ମେଘି ଗ୍ରାମ ପାଖ ଜଙ୍ଗଲକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିଲେ। କେନ୍ଦୁପତ୍ର ତେଳୁଥିବା ବେଳେ ହଠାତ୍ ହାତୀ ଆସି ୨ ଜଣଙ୍କୁ ଆକ୍ରମଣ କରିଥିଲା। ହାତୀ ଶୁଣ୍ଢରେ ଉଭୟଙ୍କୁ ଟେକି କଚାଡ଼ି ଦେଇଥିଲା। ଫଳରେ ଚଞ୍ଚଳା ଗୁରୁତର ହୋଇ ପଡ଼ିଥିବା ବେଳେ ମେଘି ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ୨ ଗୁରୁତରଙ୍କୁ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।