କେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

ଅନୁଗୁଳ: ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଓ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ମୁଖ୍ୟ ଡାକ ଘର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। କେନ୍ଦ୍ରୀୟ ପୁଲିସ ଯେଭଳି ଭାବେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି କଂଗ୍ରେସ କର୍ମୀ ଉପରେ ଲାଠିମାଡ କରିଛି ତାହାକୁ ଏ ଅବସରରେ ବିରୋଧ କରାଯାଇଥିଲା। କେନ୍ଦ୍ର ସରକାର ଏଭଳି ଅପରିଣାମଦର୍ଶୀ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କଂଗ୍ରେସ ନେତୃତ୍ୱ ଶାନ୍ତି […]

କେନ୍ଦ୍ର ପୁଲିସର ବର୍ବରତାକୁ ତୀବ୍ର ବିରୋଧ, ନଗର ଓ ବ୍ଲକ କଂଗ୍ରେସର ଗଣ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ
ଅନୁଗୁଳ: ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଓ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରାଙ୍କ ନେତୃତ୍ୱରେ ଆଜି ଜିଲ୍ଲା ମୁଖ୍ୟ ଡାକ ଘର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। କେନ୍ଦ୍ରୀୟ ପୁଲିସ ଯେଭଳି ଭାବେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି କଂଗ୍ରେସ କର୍ମୀ ଉପରେ ଲାଠିମାଡ କରିଛି ତାହାକୁ ଏ ଅବସରରେ ବିରୋଧ କରାଯାଇଥିଲା। କେନ୍ଦ୍ର ସରକାର ଏଭଳି ଅପରିଣାମଦର୍ଶୀ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କଂଗ୍ରେସ ନେତୃତ୍ୱ ଶାନ୍ତି ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରୁଥିବା ବେଳେ ତାଙ୍କ ଉପରେ ଲାଠିମାଡ ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଡାକଘର ଠାରୁ ପଦଯାତ୍ରା ମାଧ୍ୟମରେ ରାଜା ସୋମନାଥ ସିଂ ପ୍ରତି ମୂର୍ତ୍ତି ପାଖରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରା ଦେବା ସହ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ସହ ରାଜ୍ୟ କଂଗ୍ରେସ ସମ୍ପାଦକ ସ୍ୱରାଜ ପ୍ରଧାନ, ରାଜ୍ୟ କିସାନ ସେଲ ଉପ ଭାପତି ଅମୀୟ ସାହୁ, ରାଜ୍ୟ ଓବିସି ସେଲ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସାହୁ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜୟନ୍ତ ସାହୁ, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତ ରଞ୍ଜନ ନାଏକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ସଞ୍ଜୀବ କୁମାର ମାଣ୍ଡୁ ଠିଆ, ଜିଲ୍ଲା କଂଗ୍ରେସ ସମ୍ପାଦକ ଅରୁଣ ସାହୁ, ଜିଲ୍ଲା କଂଗ୍ରେସ ସମ୍ପାଦକ ରଶ୍ମି ରଞ୍ଜନ ସାହୁ, ଜିଲ୍ଲା କଂଗ୍ରେସ ସମ୍ପାଦକ ସୌମ୍ୟରଞ୍ଜନ ସାହୁ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ନଗର ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ମହାପାତ୍ର, ଜିଲ୍ଲା କଂଗ୍ରେସ ସମ୍ପାଦକ ବପୁନ ଦେହୁରି, ଗୋପାଳ ପ୍ରଧାନ, ବିଜୟ କେତନ ପ୍ରଧାନ, ରାକେଶ ପୃଷ୍ଟି ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।