କେନ୍ଦ୍ରାପଡା: ଜୋର ଧରିଲା ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି

କେନ୍ଦ୍ରାପଡ଼ା: ହରିଦାସପୁର-ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଲାଇବାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଓ ସାସଂଦମାନେ ଦାବି କରିଆସୁଛନ୍ତି... The post କେନ୍ଦ୍ରାପଡା: ଜୋର ଧରିଲା ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି appeared first on .

କେନ୍ଦ୍ରାପଡା: ଜୋର ଧରିଲା ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି
କେନ୍ଦ୍ରାପଡ଼ା: ହରିଦାସପୁର-ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଲାଇବାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଓ ସାସଂଦମାନେ ଦାବି କରିଆସୁଛନ୍ତି । ଏହି ରେଳପଥ କାର୍ଯ୍ୟ ସରିଥିବା ବେଳେ ଯାତ୍ରୀବାହୀ ଟ୍ରେନ ଚଳାଚଳ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ରହିଛି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅମଳରେ ଏହି ରେଳପଥର ସ୍ୱପ୍ନ ଦେଖାଯାଇଥିଲା । ଏହି ରେଳ ଲାଇନରେ ଏବେ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚଳାଚଳ କରୁଛି । ମହାକାଳପଡା ବ୍ଲକର ନୂଆଗାଁ ଷ୍ଟେସନ ନିକଟରେ ଉଦ୍‌ଘାଟନ ପରେ ଏହାକୁ ସମସ୍ତେ ସ୍ୱାଗତ କରିଛନ୍ତି । ତେବେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଦାବିରେ ନୂଆଗାଁ ଷ୍ଟେସନରେ ମହାକାଳପଡା ନିର୍ବାଚନମଣ୍ଡଳୀର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ଏନେଇ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏକ ଦାବିପତ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଯଥାଶୀଘ୍ର ଏହି ରେଳ ଲାଇନରେ  ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । The post କେନ୍ଦ୍ରାପଡା: ଜୋର ଧରିଲା ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି appeared first on .