କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି ବୈଜ୍ଞାନିକମାନଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମଣ ମେ’ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏହା ସମୟରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧୦ ଲକ୍ଷ ପାଖାପାଖା ରହିବାର ଆଶଙ୍କା ରହିଛି। ତେବେ ମେ’୪ରୁ ୮ ମଧ୍ୟରେ ପତି ଦିନ ନୂଆ ଆକ୍ରାନ୍ତଙ୍କ […] The post କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି… appeared first on Dharitri Odia News.

କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…
ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି ବୈଜ୍ଞାନିକମାନଙ୍କ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମଣ ମେ’ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏହା ସମୟରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧୦ ଲକ୍ଷ ପାଖାପାଖା ରହିବାର ଆଶଙ୍କା ରହିଛି। ତେବେ ମେ’୪ରୁ ୮ ମଧ୍ୟରେ ପତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାରରୁ ଅଧିକ ରହିବ। ପରବର୍ତ୍ତୀ ସମୟରେ ମେ’ ଶେଷ ଆଡକୁ ସଂକ୍ରମଣ କମିବାର ସମ୍ଭାବନା ରହିଥିବା କାନପୁର ଆଇଆଇଟିର ଗବେଷକମାନେ କହିଛନ୍ତି। ଏକ ଗାଣିତିକ ମଡ଼େଲ ଆଧାରରେ ସେମାନେ ଗବେଷଣା କରି ଏଭଳି ମତପୋଷଣ କରିଛନ୍ତି। ଶୀର୍ଷରେ ପହଞ୍ଚିବାର ୧୫ ଦିନ ପରେ ସଂକ୍ରମଣ ହାର କମିବାରେ ଲାଗିବାର ସମ୍ଭାବନା ଥିବା ସେମାନେ କହିଛନ୍ତି। The post କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି… appeared first on Dharitri Odia News.