କବ୍‌ଜାରେ ଅନୁଗୁଳ ସହରର ମୂଲ୍ୟବାନ୍ ଜମି; କୋଟିଏ ଟଙ୍କାର ପ୍ଲଟ୍‌କୁ ଅକ୍ତିଆର, ରାଜପଥ କଡ଼ ଜମିକୁ ଘେରି ଦେଲେ ତାରବାଡ଼

ଅନୁଗୁଳ: ଗୋଟିଏ ପଟେ ଅନୁଗୁଳ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ୁଥିବା ବେଳେ ଅନ୍ୟପଟେ ସହରର ଛାତି ଉପ‌ରେ ଥିବା ମୂଲ୍ୟବାନ ଜମି କବ୍‌ଜା ହୋଇ ଚାଲିଛି। ହୁଲୁରିସିଂହା ସମବାୟ ସମିତି କାର୍ଯ୍ୟାଳୟର କଡ଼ର ପ୍ରାୟ ୩୦ଡେସିମିଲ୍ ସରକାରୀ ଜମିକୁ ଗତ କିଛି ଦିନ ହେଲା ତାର ବାଡ଼ ଘେରି ଅକ୍ତିଆର କରାଯାଇଛି। ୫୫ନମ୍ବର ଜାତୀୟ ରାଜପଥଠାରୁ ମାତ୍ର ଶହେ ମିଟର ଦୂର ଏହି ଜମି ବେଶ୍ ମୂଲ୍ୟବାନ। ସହରର ଛାତି ଉପରେ ଥିବା […] The post କବ୍‌ଜାରେ ଅନୁଗୁଳ ସହରର ମୂଲ୍ୟବାନ୍ ଜମି; କୋଟିଏ ଟଙ୍କାର ପ୍ଲଟ୍‌କୁ ଅକ୍ତିଆର, ରାଜପଥ କଡ଼ ଜମିକୁ ଘେରି ଦେଲେ ତାରବାଡ଼ first appeared on Sambad.

କବ୍‌ଜାରେ ଅନୁଗୁଳ ସହରର ମୂଲ୍ୟବାନ୍ ଜମି; କୋଟିଏ ଟଙ୍କାର ପ୍ଲଟ୍‌କୁ ଅକ୍ତିଆର, ରାଜପଥ କଡ଼ ଜମିକୁ ଘେରି ଦେଲେ ତାରବାଡ଼
ଅନୁଗୁଳ: ଗୋଟିଏ ପଟେ ଅନୁଗୁଳ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ୁଥିବା ବେଳେ ଅନ୍ୟପଟେ ସହରର ଛାତି ଉପ‌ରେ ଥିବା ମୂଲ୍ୟବାନ ଜମି କବ୍‌ଜା ହୋଇ ଚାଲିଛି। ହୁଲୁରିସିଂହା ସମବାୟ ସମିତି କାର୍ଯ୍ୟାଳୟର କଡ଼ର ପ୍ରାୟ ୩୦ଡେସିମିଲ୍ ସରକାରୀ ଜମିକୁ ଗତ କିଛି ଦିନ ହେଲା ତାର ବାଡ଼ ଘେରି ଅକ୍ତିଆର କରାଯାଇଛି। ୫୫ନମ୍ବର ଜାତୀୟ ରାଜପଥଠାରୁ ମାତ୍ର ଶହେ ମିଟର ଦୂର ଏହି ଜମି ବେଶ୍ ମୂଲ୍ୟବାନ। ସହରର ଛାତି ଉପରେ ଥିବା ଏହି ଜମିର ମୂଲ୍ୟ ଅତି କମ୍‌ରେ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ବେଳେ ଜବରଦଖଲକାରୀଙ୍କ ଭୟରେ ଏନେଇ କେହି ଉଁ କି ଚୁଁ କରୁ ନାହାନ୍ତି। ଅନୁଗୁଳ ସମବାୟ ବିଭାଗ ମଧ୍ୟ ନିରବଦ୍ରଷ୍ଟା ସାଜିଛି। ପ୍ରାପ୍ତ ସୂଚନା ମୁତାବକ, ଏ ଜମି ହେଉଛି ଅନୁଗୁଳ ସମବାୟ ବିଭାଗର। ସରକାରଙ୍କର ଜମି, କିନ୍ତୁ ସମବାୟ ବିଭାଗ ଅଧୀନରେ ରହିଛି। ତା’ ପାଖରେ ହୁଲୁରିସିଂହା ସମବାୟ ସମିତି କାର୍ଯ୍ୟାଳୟ ରହିଛି। ଅବଶିଷ୍ଟ ଜମି ମୁକୁଳା ଥିଲା। ସ୍ଥାନୀୟ ଅଞ୍ଚଳ ଲୋକେ ସର୍ବସାଧାରଣ କାମରେ ଏ ଜାଗାକୁ ବ୍ୟବହାର କରୁଥିଲେ। ବିଭିନ୍ନ ପୂଜା, ମେଳା ମହୋତ୍ସବରେ ସର୍ବସାଧାରଣରେ ଭୋଜି ଭାତ କରିବାରେ ତାକୁ ବ୍ୟବହାର କରାଯାଉଥିଲା। କିନ୍ତୁ, କିଛି ଖଳ ପ୍ରକୃତିର ଲୋକଙ୍କର ଲୋଲୁପଦୃଷ୍ଟି ଏ ଜମି ଉପରେ ପଡ଼ିଛି। ସହରର ଛାତି ଉପରେ ଏବଂ ଜାତୀୟ ରାଜପଥଠାରୁ ମାତ୍ର ପ୍ରାୟ ଶହେ ମିଟର ଦୂରତାରେ ଥିବା ଏହି ଜମିର ମୂଲ୍ୟ କୋଟିଏ ଟଙ୍କାରୁ କମ୍‌ ହେବ ନାହିଁ। ତେଣୁ, କିଛି ଦିନ ତଳେ ଏ ପ୍ଲଟ୍‌କୁ କବ୍‌ଜା କରିବା ପାଇଁ ତା’ ଚାରିପାଖରେ ଲୁହା ତାର ବାଡ଼ ଘେରି ଦିଆଯାଇଛି। ଜମିକୁ ଏମିତି ପ୍ରକାରରେ କବ୍‌ଜା କରିବାକୁ ପ୍ରାୟୋଜିତ ଯୋଜନା ଚାଲିଥିବା ବେଳେ ସ୍ଥାନୀୟ ଲୋକ କି ବିଭାଗ ଉଁ କି ଚୁଁ କରୁନାହିଁ। ଏ ସମ୍ପର୍କରେ ଅନୁଗୁଳ ଏଆର୍‌ସିଏସ୍‌ ପ୍ରଶାନ୍ତ ରାଉତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି। ସେ କହିଛନ୍ତି, ସହର ଛାତି ଉପରେ ଥିବା ଏ ଜମି ବେଶ୍ ମୂଲ୍ୟବାନ। ସରକାରଙ୍କ ଖାତାରେ ଏ ପ୍ଲଟ୍ ରହିଛି। ସମବାୟ ବିଭାଗ ଅକ୍ତିଆରରେ ତାହା ରହିଛି। କିନ୍ତୁ, କେହି ଜଣେ ସେ ଜମିକୁ ଜବରଦଖଲ କରିଥିବା କଥା ଆମେ ସୂଚନା ପାଇଛୁ। ଏନେଇ ଆଜି ଜିଲ୍ଲାପାଳଙ୍କୁ ମଧ୍ୟ ମୁଁ ଅବଗତ କରିଛି ବୋଲି ଏଆର୍‌ସିଏସ୍‌ ଶ୍ରୀ ରାଉତ ‘ସମ୍ବାଦ’କୁ କହିଛନ୍ତି। ଜିଲ୍ଲାପାଳ ଏହା ଉପରେ ଏକ ରିପୋର୍ଟ ଦେବାକୁ ଆମକୁ କହିଛନ୍ତି। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଏ ଜମି ଉପରେ ସମବାୟ ବିଭାଗର ଏକ ଗୋଦାମ ଘର ନିର୍ମାଣ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜବରଦଖଲ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି।The post କବ୍‌ଜାରେ ଅନୁଗୁଳ ସହରର ମୂଲ୍ୟବାନ୍ ଜମି; କୋଟିଏ ଟଙ୍କାର ପ୍ଲଟ୍‌କୁ ଅକ୍ତିଆର, ରାଜପଥ କଡ଼ ଜମିକୁ ଘେରି ଦେଲେ ତାରବାଡ଼ first appeared on Sambad.