କୋଭିଡ୍‌ ମୁକାବିଲା ଲାଗି ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଛି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଏବଂ ଆର୍ଥତ୍କ ସମସ୍ୟା ସମାଧାନ ଦିଗରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଶନିବାର କହିଛି। ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟଲିନା ଜିଓଜିଏଭା କହିଛନ୍ତି, ଜାନୁୟାରୀ ୨୬ରେ ଓ୍ବାର୍ଲଡ ଇକୋନୋମିକ ରିପୋର୍ଟ ପ୍ରକାଶ ପାଇବ। ଭାରତର ଅର୍ଥନୈତିକ ପରଫରମାନ୍ସ ନେଇ ଏଠାରେ କିଛିଟା ସକାରାତ୍ମକ ଦିଗ ସ୍ଥାନିତ ହେବା ନେଇ ସେ ଆଶାବାଦୀ ରହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ୧୦.୩% ଖସିବା ନେଇ ଆଇଏମ୍‌ଏଫ୍‌ ପୂର୍ବରୁ ଅନୁମାନ ଲଗାଇଛି। ସେହିଭଳି […] The post କୋଭିଡ୍‌ ମୁକାବିଲା ଲାଗି ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଛି appeared first on Dharitri Odia News.

କୋଭିଡ୍‌ ମୁକାବିଲା ଲାଗି ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଛି
ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ଏବଂ ଆର୍ଥତ୍କ ସମସ୍ୟା ସମାଧାନ ଦିଗରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ଶନିବାର କହିଛି। ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟଲିନା ଜିଓଜିଏଭା କହିଛନ୍ତି, ଜାନୁୟାରୀ ୨୬ରେ ଓ୍ବାର୍ଲଡ ଇକୋନୋମିକ ରିପୋର୍ଟ ପ୍ରକାଶ ପାଇବ। ଭାରତର ଅର୍ଥନୈତିକ ପରଫରମାନ୍ସ ନେଇ ଏଠାରେ କିଛିଟା ସକାରାତ୍ମକ ଦିଗ ସ୍ଥାନିତ ହେବା ନେଇ ସେ ଆଶାବାଦୀ ରହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ୧୦.୩% ଖସିବା ନେଇ ଆଇଏମ୍‌ଏଫ୍‌ ପୂର୍ବରୁ ଅନୁମାନ ଲଗାଇଛି। ସେହିଭଳି ୨୦୨୧-୨୨ ଆର୍ଥତ୍କ ବର୍ଷରେ ଜିଡିପି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବା ନେଇ ଏହା ଆଶା ରଖିଛି। କରୋନା ପାଇଁ ଭାରତର ଜିଡିପିକୁ ଶକ୍ତ ଧକ୍କା ଲାଗିଛି। ଫଳରେ ପ୍ରଥମ ତ୍ରୈମାସ ଜିଡିପି ୨୩.୯% ହ୍ରାସ ହୋଇଥିଲା। ଲକ୍‌ଡାଉନ ଉଠିବା ପରେ ଆର୍ଥତ୍କ କାର୍ଯ୍ୟକଳାପରେ ଉନ୍ନତି ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଜିଡିପି ୭.୭% ଖସିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। The post କୋଭିଡ୍‌ ମୁକାବିଲା ଲାଗି ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଇଛି appeared first on Dharitri Odia News.