କାମ ସାରି କେନାଲକୁ ଯାଇଥିଲେ ଗାଧୋଇବା ପାଇଁ, ଗୋଡ଼ ଖସି ମହିଳା ଶ୍ରମିକଙ୍କ ଚାଲିଗଲା ଜୀବନ

ତେଲକୋଇ, ୦୨/୧୦: କେନାଲରେ ବୁଡି ମହିଳା ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁ ବାଲିସାହିରେ । ଜଟ ଗାଁ ବାଲିସାହିର ମାଶାରୀ ମୁଣ୍ଡା ଦୈନିକ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ଆଜି ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ ମାଶାରୀ ମୁଣ୍ଡା । ଉପରବେଳା ପ୍ରାୟ ୬ ଟା ବେଳକୁ କାମରୁ ଛୁଟି ହେବା ପରେ ଘରକୁ ଫେରୁଥିଲେ । ତେବେ ସାହି ନିକଟ କେନାଲରେ ଅନ୍ୟ ଦୁଇ ସାଥିଙ୍କ ସହିତ ଗାଧୋଇବା ପାଇଁ ଯାଇଥିଲେ । ଅନ୍ୟ ସାଥି ଦୁଇଜଣ ଶିଘ୍ର ଗାଧୋଇ ପଳାଇ ଯାଇଥିଲେ । ମାଶାରୀ ପଛରେ ଗାଧେଇବା ବେଳେ କୌଣସି କାରଣରୁ ଗୋଡଖସି ବୁଡିଯାଇଥିଲେ । କିଛି ଛୋଟ ପିଲା ମହିଳା ଜଣଙ୍କ ବୁଡିଯାଉଥିବା ଦେଖି ସାହି ଲୋକଙ୍କୁ ଡାକିଥିଲେ । ସାହିଲୋକ ଆସି ଖୋଜାଖୋଜି କରି ମାଶାରୀଙ୍କୁ କେନାଲରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।