କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର

ଝୁମ୍ପୁରା (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଶନିବାର ଦିନ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ କାର ଓ ବାଇକ ଛିଡା କରି ଚାଳକମାନେ ଚା’ ପିଉଥିଲେ। ପଳାଶପଙ୍ଗା ପଟରୁ ବାମେବାରୀ ଅଭିମୁଖେ ଯାଉଥିବା […] The post କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର appeared first on Odisha Bhaskar.

କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର
ଝୁମ୍ପୁରା (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଶନିବାର ଦିନ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ଏକ ଚା’ ଦୋକାନ ସମ୍ମୁଖରେ କାର ଓ ବାଇକ ଛିଡା କରି ଚାଳକମାନେ ଚା’ ପିଉଥିଲେ। ପଳାଶପଙ୍ଗା ପଟରୁ ବାମେବାରୀ ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ଟ୍ରକ (ଓଡି୦୯କେ୬୨୫୨) ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଛିଡା ହୋଇଥିବା କାର ନଂ- (ଓଡି୩୩ ଭି୪୪୭୫ ) ଏବଂ ବାଇକ ନଂ- (ଓଡି୦୯ବି୦୫୭୦) ଉପରେ ଚଢିଯାଇଥିଲା । ଫଳରେ କାର ଭିତରେ ବସିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ପଳାଶପଙ୍ଗା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡିକୁ ଜବତ କରିଥିବା ବେଳେ ଆଘାତ ବ୍ୟକ୍ତିଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛନ୍ତି।। ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଥିବା ବେଳେ ଆଘାତ ବ୍ୟକ୍ତି ଶୈଳେନ୍ଦ୍ର ବେହେରାଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି। The post କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର appeared first on Odisha Bhaskar.