କରୋନା ଅଟକାଇଲା ସୁଟିଂ : ଡଃ. ବି.ଆର. ଆମ୍ବେଦକର ଶୋ’ର ଅଭିନେତା କୋଭିଡ଼-୧୯ ପଜିଟିଭ୍

ନୂଆଦିଲ୍ଲୀ ୭/୭: ୩ମାସ ସବୁ ବନ୍ଦ ରହିବା ପରେ ସରକାର ସୁଟିଂ ଆରମ୍ଭ କରିବା ପାଇଁ ଟିଭି ଶୋର ନିର୍ମାତାଙ୍କୁ ଅନୁମତି ଦେଇ ଦେଇଛନ୍ତି। ସୁଟିଂ ପାଇଁ କଡ଼ାକଡ଼ି ନିୟମ ଜାରି କରାଯାଇଛି। କ୍ରୃର ସମସ୍ତ ମେମ୍ବରଙ୍କୁ ଏହାର ପାଳନ କରିବାକୁ ହେବ। ନିୟମକୁ ପାଳନ କରି କେତେକ ଟିଭି ଶୋର ସୁଟିଂ ଆରମ୍ଭ ହୋଇ ଯାଇଛି। ନୂଆ ପ୍ରମୋ ମଧ୍ୟ ରିଲିଜ କରାଯାଇଛି।  ଏସବୁ ମଧ୍ୟରେ ସମସ୍ତ ନିୟମ ପାଳନ କରିବା ସତ୍ବେ, ଶୋ ‘ଏକ […]

କରୋନା ଅଟକାଇଲା ସୁଟିଂ : ଡଃ. ବି.ଆର. ଆମ୍ବେଦକର ଶୋ’ର ଅଭିନେତା କୋଭିଡ଼-୧୯ ପଜିଟିଭ୍
ନୂଆଦିଲ୍ଲୀ ୭/୭: ୩ମାସ ସବୁ ବନ୍ଦ ରହିବା ପରେ ସରକାର ସୁଟିଂ ଆରମ୍ଭ କରିବା ପାଇଁ ଟିଭି ଶୋର ନିର୍ମାତାଙ୍କୁ ଅନୁମତି ଦେଇ ଦେଇଛନ୍ତି। ସୁଟିଂ ପାଇଁ କଡ଼ାକଡ଼ି ନିୟମ ଜାରି କରାଯାଇଛି। କ୍ରୃର ସମସ୍ତ ମେମ୍ବରଙ୍କୁ ଏହାର ପାଳନ କରିବାକୁ ହେବ। ନିୟମକୁ ପାଳନ କରି କେତେକ ଟିଭି ଶୋର ସୁଟିଂ ଆରମ୍ଭ ହୋଇ ଯାଇଛି। ନୂଆ ପ୍ରମୋ ମଧ୍ୟ ରିଲିଜ କରାଯାଇଛି।  ଏସବୁ ମଧ୍ୟରେ ସମସ୍ତ ନିୟମ ପାଳନ କରିବା ସତ୍ବେ, ଶୋ ‘ଏକ ମହାନାୟକ-ଡା ବିଆର ଆମ୍ବେଦକର’ର ସୁଟିଂକୁ ରୋକିବାକୁ ପଡ଼ିଛି। ଶୋର ଅଭିନେତା ଜଗନ୍ନାଥ ନିମ୍ବଗୁଣେ କରୋନା ଭାଇରସରେ ସଂକ୍ରମିତ ଥିବା ଜଣା ପଡ଼ିଛି। ଏହି କାରଣରୁ ଶୋ ର ସୁଟିଂ ୩ଦିନ ପାଇଁ ରୋକି ଦିଆଯାଇଛି। ଜଗନ୍ନାଥ ନିମ୍ବଗୁଣେ ଶୋ ରେ ଡା ବିଆର ଆମ୍ବେଦକରଙ୍କ ବାପା ଭୂମିକାରେ ଅଭିନୟ କରୁଛନ୍ତି। ପ୍ରଡକ୍ସନ୍ ହାଉସ୍ ଏକ ବୟାନ ଜାରି କରି କହିଛି ଯେ ସମସ୍ତ କ୍ରୃ ମେମ୍ବରଙ୍କ ପତ୍ତା ଲଗାଯାଉଛି। ଯେଉଁମାନେ ଏହି ଅଭିନେତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମେଡିକାଲ୍ ସୁବିଧା ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି।