କରୋନା ଅପଡେଟ୍‌: ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ, କୋଟିଏ ଆଡକୁ ମୋଟ ମାମଲା

ନୂଆଦିଲ୍ଲୀ – ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିର ନିକଟତର ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମାଟ ମାମଲା ୯୯.୭୯ ଲକ୍ଷରେ ପହଞ୍ଚିଛି । ଗତକାଲି ତୁଳନାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪.୬% ବୃଦ୍ଧି ପାଇଛି । ତେବେ ପାଞ୍ଚ ମାସ ପରେ କ୍ରମାଗତ ଦ୍ୱିତୀୟ ଦିନ ଧରି ଦୈନିକ ମାମଲା ୨୩ ହଜାର ତଳେ ରହିଛି । ଦିନକରେ […] The post କରୋନା ଅପଡେଟ୍‌: ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ, କୋଟିଏ ଆଡକୁ ମୋଟ ମାମଲା appeared first on The News Room.

କରୋନା ଅପଡେଟ୍‌: ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ, କୋଟିଏ ଆଡକୁ ମୋଟ ମାମଲା
ନୂଆଦିଲ୍ଲୀ – ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିର ନିକଟତର ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମାଟ ମାମଲା ୯୯.୭୯ ଲକ୍ଷରେ ପହଞ୍ଚିଛି । ଗତକାଲି ତୁଳନାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪.୬% ବୃଦ୍ଧି ପାଇଛି । ତେବେ ପାଞ୍ଚ ମାସ ପରେ କ୍ରମାଗତ ଦ୍ୱିତୀୟ ଦିନ ଧରି ଦୈନିକ ମାମଲା ୨୩ ହଜାର ତଳେ ରହିଛି । ଦିନକରେ ଏହି ମହାମାରୀରେ ଆଉ ୩୩୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ ଏହି ଘାତକ ରୋଗରେ ୧,୪୪,୭୮୯ ଜଣଙ୍କ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟାରେ ୩୧,୦୮୭ ଜଣ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥ ସଂଖ୍ୟା ୯୫,୨୦,୦୮୭କୁ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ଖସି ୩ ଲକ୍ଷ ୧୩ ହଜାର ରହିଛି । The post କରୋନା ଅପଡେଟ୍‌: ଆଉ ୨୨,୮୯୦ ଆକ୍ରାନ୍ତ ଚିହ୍ନଟ, କୋଟିଏ ଆଡକୁ ମୋଟ ମାମଲା appeared first on The News Room.