କରୋନା ନୂଆ ଭାରିଏଣ୍ଟ ‘ଓମିକ୍ରନ’ ମାନବତା ଲାଗି ଅଭିଶାପ ନା ବରଦାନ ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ ୩।୧୨:  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ମାନବତା ଲାଗି ଅଭିଶାପ ନା ବରଦାନ ଏହା ବର୍ତ୍ତମାନ ସମୟର ଏକ ବଡ଼ ପ୍ରଶ୍ନ ପାଲଟିଛି। ତେବେ ଏଥିଲାଗି ଭୟଭୀତ ହେବା ବଦଳେ ସତର୍କ ହେବା ଜରୁରି ବୋଲି ବିଶେଷଜ୍ଞ କହିଛନ୍ତି। ହୋଇପାରେ ଭୂତାଣୁର ଏହି ପ୍ରକାର ଆମ ଲାଗି ବରଦାନ ବି ହୋଇପାରେ। ଏଥିଲାଗି ପ୍ରମାଣକୁ ଅପେକ୍ଷା କରିବାକୁ ହେବ। ତେବେ ଆଗାମୀ ସପ୍ତାହେ ଅଥବା ୨ ସପ୍ତାହ ବେଳକୁ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି। ଦିଲ୍ଲୀ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ଏଚଓଡି ଡା. ସଞ୍ଜୟ ରାୟ ପ୍ରଥମ ନଜରରେ ଏହି ମ୍ୟୁଟାଣ୍ଟ ଭୂତାଣୁ ନିଜର ଅସ୍ତିତ୍ୱ ବଜାୟ ରଖିବା ଲାଗି ନିଜକୁ ମାଇଲଡ୍ କରିଛି। ଏଥିଯୋଗୁ ହୁଏତ ଏହା ଆଗାମୀ ଦିନମାନଙ୍କରେ ଆମ ଲାଗି ବରଦାନ ହୋଇପାରେ ବୋଲି ଆମେ ଆଶା କରିପାରିବା ବୋଲି କହିଛନ୍ତି। ଏଣୁ ଏହା ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ କେବଳ ସତର୍କ ରହିବାକୁ ହେବ ବୋଲି ଡା. ରାୟ କହିଛନ୍ତି। ଭୂତାଣୁର ଏହି ପ୍ରକାର ଚିହ୍ନଟ ହେବାର ୨ ଦିନ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏହାକୁ ଭେରିଏଣ୍ଟ ଅଫ କନସର୍ଣ୍ଣ ବୋଲି ଘୋଷଣା କରିଛନ୍ତି। କୁହାଯାଉଛି ଡେଲ୍ଟା ଠାରୁ ମଧ୍ୟ ଏହା ଅଧିକ ସଂକ୍ରାମକ ଓ ଇମ୍ୟୁନିଟିକୁ ମଧ୍ୟ ବାଇପାସ୍ କରିପାରେ। ତେବେ ଏପରି ହେବା ନେଇ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ତଥ୍ୟ ଆମ ପାଖରେ ନାହିଁ। ଏ ପର୍ଯ୍ୟନ୍ତ ଯାହା ସାକ୍ଷ ରହିଛି ସେଥରୁ ଏହା ଏବେବି ମାଇଲଡ୍‌ ବୋଲି କୁହାଯାଇପାରେ। ଏହାର ମାଇଲ୍ଡ ପ୍ରକୃତି ହିଁ ଆମ ଲାଗି ବରଦାନ ହୋଇପାରେ ବୋଲି ଡା. ରାୟ କହିଛନ୍ତି। ଯଦି ଏହାର ସିମ୍ପଟମ ମାଇଲଡ ଓ ତୀବ୍ର ବ୍ୟାପୁଛି ଏଥିରୁ ହୋଇପାରେ ଆଗାମୀ ଦିନରେ ଏହା ଆତଙ୍କ ସୃଷ୍ଟି କରିଥିବା ଡେଲ୍ଟାର ସ୍ଥାନ ନେଇପାରେ। ଯଦି ଏପରି ହୁଏ ତେବେ ଅଧିକରୁ ଅଧିକ ଲୋକେ ନ୍ୟାଚୁରାଲ ଇମ୍ୟୁନିଟି ହାସଲ କରିପାରିବେ ଓ ଭୂତାଣୁର ପ୍ରକୋପ ହ୍ରାସ ହେବ। ଏପରି ହେଲେ ଲୋକଙ୍କୁ ଟିକା ନେବାର ମଧ୍ୟ ଆବଶ୍ୟକତା ପଡିବ ନାହିଁ। କାରଣ ଲୋକଙ୍କଠାରେ ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀ ବିକଶିତ ହୋଇସାରିଥିବ। ଡା. ରାୟଙ୍କ ଅନୁସାରେ ଭୂତାଣୁରେ ଅନେକ ମ୍ୟୁଟେସନ ହୋଇଥାଏ। ଏଣୁ ସମ୍ଭବତଃ ନିଜର ସୁରକ୍ଷା ଲାଗି ଭୂତାଣୁ ମାଇଲଡ୍ ଆଚରଣ କରୁଥାଇପାରେ। ଯଦି ଏହା ସାଧାରଣ ଥଣ୍ଡା, ଜ୍ୱର ଓ କାସରେ ସୀମିତ ରହିଯିବ ଏଥିରେ ଆମେ ଏହା ଲାଗି କୌଣସି ପ୍ରତିକ୍ରିୟା ପ୍ରକାଶ କରିବାର ଆବଶ୍ୟକତା ପଡିବନି। ଯାହା ଏପର୍ଯ୍ୟନ୍ତ ଆମେ କରିଆସିଛେ। ଯଦି ଏହା ନିଜର ପ୍ରକୃତି ନ ବଦଳାଏ ତ ମାଇଲଡ ହିଁ ରହିବ। ଏଥିପାଇଁ ଆମକୁ ମଧ୍ୟ କିଛି ସମୟ ଅପେକ୍ଷା କରିବାକୁ ହେବ। ଏଣୁ ବୈଜ୍ଞାନିକ ସାକ୍ଷ ଓ ପ୍ରମାଣକୁ ଆଧାର କରି କାର୍ଯ୍ୟ କରିବା ଏବେ ଜରୁରି ବୋଲି ସେ କହିଛନ୍ତି। ତେବେ ଭୂତାଣୁକୁ ଡରି ଆମେ ଆମର ସମସ୍ତ କାମଧନ୍ଦା ବନ୍ଦ କରି ବସିଗଲେ ହେବ ନାହିଁ ବୋଲି ସେ କହିଛନ୍ତି। ଖୁବ୍ କମ ସମୟରେ ଭୂତାଣୁର ପ୍ରକୋପ ସାମ୍ନାକୁ ଆସିବ। ଏଣୁ ଏହାର ଆଚରଣକୁ ଦେଖି ଆମକୁ ପ୍ରତିକ୍ରିୟା ପ୍ରକାଶ କରିବାକୁ ହେବ ବୋଲି ଡା. ରାୟ କହିଛନ୍ତି। ଏଥିଲାଗି ଆମକୁ ସପ୍ତାହେ ଅଥବା ଦୁଇ ସପ୍ତାହ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି।