କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍

ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟର ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ସହଯୋଗ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ଏଥିରୁ ବାଦ୍ ପଡିନି କିଟ୍ ବିଶ୍ୱବିଦ୍ୟାଳୟ । କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍ । ଓଡିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ […] The post କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍ appeared first on Odisha Bhaskar.

କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍
ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): କରୋନା ଯୋଗୁଁ ରାଜ୍ୟର ସ୍ଥିତି ବିଗିଡିବାରେ ଲାଗିଛି । ଏନେଇ ସହଯୋଗ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ଏଥିରୁ ବାଦ୍ ପଡିନି କିଟ୍ ବିଶ୍ୱବିଦ୍ୟାଳୟ । କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍ । ଓଡିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ । ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ଏହି ସୁବିଧା ଉପଲବ୍ଧ ରହିବ । ଏନେଇ ଆଜି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଘୋଷଣା କରି କହିଛନ୍ତି । The post କରୋନା ମୃତକଙ୍କ ପିଲାଙ୍କୁ ମାଗଣାରେ ପାଠ ପଢାଇବ କିଟ୍ appeared first on Odisha Bhaskar.