କରୋନା ମହାମାରୀକୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ; ସ୍ଥିତି କେବେ ସୁଧୁରିବ ସ୍ପଷ୍ଟ ଭାବେ କହିହେବନି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସଂକ୍ରମଣ ସାମାନ୍ୟ କମିବା ପରେ ଧିରେ ଧିରେ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନଲକ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏବେ ବି ସ୍ୱାଭାବିକ ହୋଇନାହିଁ ସାଧାରଣ ଜୀବନ ଯାପନ । ତେଣୁ ମନରେ ପ୍ରଶ୍ନ ଉଠୁଛି ଯେ, କେବେ ସୁଧୁରିବ ସ୍ଥିତି । କେବେ ସ୍ୱାଭାବିକ ହେବ ସବୁ କିଛି । ସ୍ଥିତି ସୁଧାର […] The post କରୋନା ମହାମାରୀକୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ; ସ୍ଥିତି କେବେ ସୁଧୁରିବ ସ୍ପଷ୍ଟ ଭାବେ କହିହେବନି first appeared on Sambad.

କରୋନା ମହାମାରୀକୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ; ସ୍ଥିତି କେବେ ସୁଧୁରିବ ସ୍ପଷ୍ଟ ଭାବେ କହିହେବନି
ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସଂକ୍ରମଣ ସାମାନ୍ୟ କମିବା ପରେ ଧିରେ ଧିରେ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନଲକ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏବେ ବି ସ୍ୱାଭାବିକ ହୋଇନାହିଁ ସାଧାରଣ ଜୀବନ ଯାପନ । The Federal News ତେଣୁ ମନରେ ପ୍ରଶ୍ନ ଉଠୁଛି ଯେ, କେବେ ସୁଧୁରିବ ସ୍ଥିତି । କେବେ ସ୍ୱାଭାବିକ ହେବ ସବୁ କିଛି । ସ୍ଥିତି ସୁଧାର ହେବା ନେଇ କୌଣସି ସ୍ପଷ୍ଟ ଭାବରେ କହିହେବ ନାହିଁ ବୋଲି ଏମ୍ସର ପୂୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ ମହାପାତ୍ର ମତ ରଖିଛନ୍ତି । ଅନ୍ୟପଟେ ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁଙ୍କ ମତରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ବେଳକୁ ସ୍ଥିତିରେ ସୁଧାର ଆସିବ । ସେପଟେ ଡାକ୍ତର ଆଦିତ୍ୟ ଦାଶ କହିଛନ୍ତି, ବିପଦ ଏବେ ଟଳିନି, ଯଦି କଟକଣା କଡ଼ାକଡ଼ି ପାଳନ କରାଯିବନି, ତେବେ ବିପଦ ଆଗକୁ ବଢ଼ିବା ଆଶଙ୍କା ରହିଛି ।The post କରୋନା ମହାମାରୀକୁ ନେଇ ପ୍ରତିକ୍ରିୟା ରଖିଲେ ବିଶେଷଜ୍ଞ ; ସ୍ଥିତି କେବେ ସୁଧୁରିବ ସ୍ପଷ୍ଟ ଭାବେ କହିହେବନି first appeared on Sambad.