କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ; ସତର୍କ ନ ହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ଆଜି ବର୍ଷେ ପୂରିଛି । ଏହାରି ଭିତରେ କରୋନାର ପ୍ରକୋପ କମି ନ ଥିବାବେଳେ ପୁଣିଥରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଖବର ଚିନ୍ତା ବଢାଇ ଦେଇଛି। ଯଦିଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ୭ରୁ ୮ଟି ରାଜ୍ୟରେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାକୁ […] The post କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ; ସତର୍କ ନ ହେଲେ ବଢ଼ିବ ସଂକ୍ରମଣ first appeared on Sambad.

କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ; ସତର୍କ ନ ହେଲେ ବଢ଼ିବ ସଂକ୍ରମଣ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ଆଜି ବର୍ଷେ ପୂରିଛି । ଏହାରି ଭିତରେ କରୋନାର ପ୍ରକୋପ କମି ନ ଥିବାବେଳେ ପୁଣିଥରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଖବର ଚିନ୍ତା ବଢାଇ ଦେଇଛି। ଯଦିଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ୭ରୁ ୮ଟି ରାଜ୍ୟରେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାକୁ କରୋନାର ଦ୍ୱିତୀୟ ଲହର  କହିହେବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଦେଶରେ ଅନଲକ ପରେ ଲୋକଙ୍କ ଭିତରେ କରୋନାକୁ ନେଇ କୋହଳ ମନୋଭାବ ପ୍ରକାଶ ପାଉଛି । କିନ୍ତୁ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି। ସେପଟେ ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେଣୁ ଖରା ଦିନକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ର ସଂଖ୍ୟା ୭୦୦କୁ ବୃଦ୍ଧି କରାଯାଇଛି । କେବଳ ରବିବାର ଓ ସରକାରୀ ଛୁଟିକୁ ବାଦଦେଇ ଅନ୍ୟଦିନ ଗୁଡିକରେ ଟିକାକରଣ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।The post କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ; ସତର୍କ ନ ହେଲେ ବଢ଼ିବ ସଂକ୍ରମଣ first appeared on Sambad.