କରୋନା ସଙ୍କଟରେ ଏହିସବୁ ପଡୋଶୀ ଦେଶକୁ ସାହାଯ୍ୟ କରିବ ଭାରତ, ଦେବ ଟିକାର କୋଟିଏ ଡୋଜ୍ !

ନୂଆଦିଲ୍ଲୀ ୧୯।୧: ସାରା ବିଶ୍ବରେ କରୋନା ଭାଇରସ୍ ବିରୋଧରେ ଲଢେଇ ଜାରି ରହିଛି । ଭାରତ ମଧ୍ୟ ଦୁଇଟି ଟିକା ଜରିଆରେ ଏହି ମହାମାରୀ ସହ ଲଢେଇକୁ ବ୍ୟାପକ କରିଛି । ଏହି ସଙ୍କଟ ସମୟରେ ଭାରତ ନିଜର ପଡୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲଦୀପ ଏବଂ ମରିସସ୍ କୁ କରୋନା ଟିକାର କୋଟିଏ ଡୋଜ୍ ଦେବ ଭାରତ । ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ଦେଇସାରିଛନ୍ତି । ଏହାଫଳରେ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ମେଗା ଟିକାକରଣ ଆରମ୍ଭ ହୋଇସାରିଛି । ଏକ ରିପୋର୍ଟ ଅନୁସାରେ ଭାରତ କରୋନା ଟିକାର କୋଟିଏ ଡୋଜ୍ ସେହି ଦେଶକୁ ଦାନ କରିବ ଯେଉଁ ଦେଶ ସହ ଭାରତର ମୈତ୍ରୀପୂର୍ଣ୍ଣ ସଂପର୍କ ରହିଛି । ଦେଶରେ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍ ଓ୍ବାର୍କରମାନଙ୍କ ପାଇଁ ଟିକା ଆବଶ୍ୟକତା ରହିଥିବା ବେଳେ ଭାରତ କୂଟନୈତିକ ସଂପର୍କକୁ ବଜାୟ ରଖିବା ପାଇଁ ଏହା ଉପରେ ବିଚାର କରୁଛି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଭାରତ ସେରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ର ପ୍ରାୟ କୋଟିଏ ଡୋଜ୍ ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲଦୀପ, ମରିସସ୍ ଏବଂ ସେଶେଲ୍ସ ଭଳି ଦେଶକୁ ଦାନ କରିପାରେ । ଉଲ୍ଲେଖଯୋଗ୍ୟ ଯେ, ଭାରତ କେବଳ ପଡୋଶୀ ଦେଶକୁ ସାହାଯ୍ୟ କରି ମାନବିକତାର ପରିଚୟ ଦେଉନାହିଁ ବରଂ ଏହାର କୂଟନୀତିକୁ ଏକ ନୂତନ ଦିଗ ପ୍ରଦାନ କରୁଛି ।