କରୋନାକୁ ମାତ୍ ଦେଇଥିବା ଦେବଦୂତ ଡାକ୍ତରଙ୍କ ଆକସ୍ମିକ ମୃତ୍ୟୁ : ଦୀର୍ଘଦିନ ଧରି ମାତ୍ର ୧୦ଟଙ୍କାରେ କରୁଥିଲେ ରୋଗୀଙ୍କ ସେବା

ଚେନ୍ନାଇ ୨୩/୭: କରୋନା ସଙ୍କଟରେ ମାତ୍ର ୧୦ଟଙ୍କାରେ ଗରିବଙ୍କ ଚିକିତ୍ସା କରୁଥିବା ଡାକ୍ତର ସି ମୋହନ ରେଡ୍ଡିଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନା ସଙ୍କଟରେ ସେ ନିଜ ଚିନ୍ତା ନକରି ମାତ୍ର ୧୦ଟଙ୍କାରେ ଗରିବଙ୍କ ଚିକିତ୍ସା କରିଥିଲେ। ଏହି ସମୟରେ ସେ ନିଜେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ଡାକ୍ତର ରେଡ୍ଡି ଠିକ୍ ହୋଇ ଘରକୁ ଆସିଯାଇଥିଲେ କିନ୍ତୁ ବୁଧବାର ରାତିରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ବେହୋଶ ହୋଇ […]

କରୋନାକୁ ମାତ୍ ଦେଇଥିବା ଦେବଦୂତ ଡାକ୍ତରଙ୍କ ଆକସ୍ମିକ ମୃତ୍ୟୁ : ଦୀର୍ଘଦିନ ଧରି ମାତ୍ର ୧୦ଟଙ୍କାରେ କରୁଥିଲେ ରୋଗୀଙ୍କ ସେବା
ଚେନ୍ନାଇ ୨୩/୭: କରୋନା ସଙ୍କଟରେ ମାତ୍ର ୧୦ଟଙ୍କାରେ ଗରିବଙ୍କ ଚିକିତ୍ସା କରୁଥିବା ଡାକ୍ତର ସି ମୋହନ ରେଡ୍ଡିଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନା ସଙ୍କଟରେ ସେ ନିଜ ଚିନ୍ତା ନକରି ମାତ୍ର ୧୦ଟଙ୍କାରେ ଗରିବଙ୍କ ଚିକିତ୍ସା କରିଥିଲେ। ଏହି ସମୟରେ ସେ ନିଜେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ଡାକ୍ତର ରେଡ୍ଡି ଠିକ୍ ହୋଇ ଘରକୁ ଆସିଯାଇଥିଲେ କିନ୍ତୁ ବୁଧବାର ରାତିରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ବେହୋଶ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଡାକ୍ତର ମୋହନ ରେଡ୍ଡିଙ୍କ ଜନ୍ମ ୧୯୩୬ମସିହାରେ ହୋଇଥିଲା। ତାଙ୍କର ପ୍ରାଥମିକ ଶିକ୍ଷା ଗୁଦୁରରେ ହୋଇଥିଲା। ଏହା ପରେ ସେ ଏମବିବିଏସ୍ ପାଇଁ କିଲପାକ ମେଡିକାଲ୍ କଲେଜରେ ଆଡମିସନ ନେଇଥିଲେ। ହସ୍ପିଟାଲର ଜଣେ ନର୍ସ କହିଥିଲେ ଯେ ଡାକ୍ତରଙ୍କ ମୃତ୍ୟୁ ପରଠୁ ସାରା ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅନେକ ଥର ତ ସେ ରୋଗୀଙ୍କଠୁ ୧୦ଟଙ୍କା ମଧ୍ୟ ନେଉନଥିଲେ ବରଂ ମାଗଣାରେ ଚିକିତ୍ସା କରୁଥିଲେ। କେବଳ ଏତିକି ନୁହେଁ ସେ ହସ୍ପିଟାଲରେ ଆଡମିସନ ଚାର୍ଜ ମାତ୍ର ୧୦୦ଟଙ୍କା ନେଉଥିଲେ। ସେ ଗରିବଙ୍କ ପାଇଁ ଚେନ୍ନାଇର ଭିଲ୍ଲେଭକ୍କମରେ ମୋହନ ନର୍ସିଂହୋମ୍ ସ୍ଥାପନ କରିଥିଲେ। ଏହା ୩୦ଟି ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍। ବିବାହ କରିନଥିବା ଡାକ୍ତର ରେଡ୍ହି ହସ୍ପିଟାଲରେ ହିଁ ରହୁଥିଲେ,ଯାହା ଦ୍ବାରା ରୋଗୀଙ୍କ ଚିକିତ୍ସା କରିବାରେ କୌଣସି ସମସ୍ୟା ନହେବ।