କରୋନାର ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହେବ ବୟନ ଶିଳ୍ପ!

ସୋନପୁର: ଏବେ ପୁଣି ଦେଶରେ କରୋନାର ଦ୍ବିତୀୟ ଲହର ଚାଲିଛି। ପୁଣି ସବୁ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ସାରା ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରୁଥିବାରୁ ବାହାରୁକୁ ଯାଇ ଶାଢ଼ି ବିକ୍ରି କରିବା ପାଇଁ ବୁଣାକାରମାନେ ଭୟ କରୁଛନ୍ତି। ଏହାକୁ ଦେଖିଲେ ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁବର୍ଣ୍ଣପୁରର ବୟନଶିଳ୍ପ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ସୋନପୁରର ଶାଢିର ରାଜ୍ୟ ବାହାରେ ମଧ୍ୟ ଅନେକା ଚାହିଦା ରହିଛି। […] The post କରୋନାର ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହେବ ବୟନ ଶିଳ୍ପ! first appeared on Sambad.

କରୋନାର ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହେବ ବୟନ ଶିଳ୍ପ!
ସୋନପୁର: ଏବେ ପୁଣି ଦେଶରେ କରୋନାର ଦ୍ବିତୀୟ ଲହର ଚାଲିଛି। ପୁଣି ସବୁ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ସାରା ଦେଶରେ କରୋନା ମହାମାରୀ ତା’ର କାୟା ବିସ୍ତାର କରୁଥିବାରୁ ବାହାରୁକୁ ଯାଇ ଶାଢ଼ି ବିକ୍ରି କରିବା ପାଇଁ ବୁଣାକାରମାନେ ଭୟ କରୁଛନ୍ତି। ଏହାକୁ ଦେଖିଲେ ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁବର୍ଣ୍ଣପୁରର ବୟନଶିଳ୍ପ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ସୋନପୁରର ଶାଢିର ରାଜ୍ୟ ବାହାରେ ମଧ୍ୟ ଅନେକା ଚାହିଦା ରହିଛି। ତେବେ ଅନେକ ରାଜ୍ୟରେ କରୋନା ପାଇଁ ଲକ୍‌ଡାଉନ ଏବଂ ସଟ୍‌ଡାଉନ ଆରମ୍ଭ ହେଲାଣି। ଏଥିପାଇଁ ନିଜର ବୁଣା ଶାଢି ବିକ୍ରି କରିବା ପାଇଁ ବାହାର ରାଜ୍ୟକୁ ଯାଉନାହାନ୍ତି ବୁଣାକାର। ଅନ୍ୟ ଅଂଚଳରୁ ମଧ୍ୟ ବେପାରୀମାନେ ଠିକ୍ ଭାବରେ ଶାଢ଼ି କିଣିବା ପାଇଁ ଜିଲ୍ଲାକୁ ଆସୁନାହାନ୍ତି। ଫଳରେ ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ପରିବାର ମଧ୍ୟ ପ୍ରଭାବିତ ହେଲେଣି। ଗତ ବର୍ଷ ମଧ୍ୟ କରୋନ ମହାମାରୀ ଯୋଗୁ ପ୍ରାୟ ୮ ମାସ ବୟନଶିଳ୍ପ ପ୍ରଭାବିତ ହୋଇଥିଲା। କରୋନାର ଦ୍ବିତୀୟ ଲହର ଯୋଗୁ ବର୍ତ୍ତମାନଠାରୁ ବୁଣାକରମାନଙ୍କ ପାଖରେ କଞ୍ଚାମାଲ ଠିକ୍ ଭାବରେ ଉପଲବ୍ଧ ହୋଇ ପାରୁନଥିବା କିଛି ବୁଣାକାର ପ୍ରକାଶ କରିଛନ୍ତି। ଆବଶ୍ୟକ ରଙ୍ଗ, ସୂତାର ଅଭାବ ଏବେଠାରୁ ଦେଖା ଦେଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲାରେ ୬ ହଜାର ତନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି। ବୁଣାକାର ସମବାୟ ସମିତିଗୁଡ଼ିକ କଞ୍ଚାମାଲ ଯୋଗାଇବାରେ ଅସୁବିଧା ଦେଖା ଦେଲାଣି। କୁଶଳୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ସୂକ୍ଷ୍ମ କାରୁକାର୍ଯ୍ୟ ଭରା ପାଟଶାଢି, ବୋମକେଇ ଶାଢି, ବାନ୍ଧ ଶାଢିର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଅଛି। ବମ୍ବେ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଭୁବନେଶ୍ବରରେ ଏହି ଶାଢି ଅଧିକ ବିକ୍ରି ହୋଇଥାଏ। କିନ୍ତୁ କରୋନା ମହାମାରୀ ଯୋଗୁ ପୁଣି ଏହାର ଉପରେ ପ୍ରଭାବ ଦେଖା ଦେଲାଣି । ସ୍ଥାନୀୟ ହାଟ, ବଜାର ଏବଂ ଦୋକାନମାନଙ୍କ ମଧ୍ୟ ଶାଢି ବିକ୍ରିର ମାନ୍ଦା ଅବସ୍ଥା ଦେଖିବାକୁ ମିଳିଛି। ଏହାକୁ ଦେଖିଲେ ଜିଲ୍ଲାର ୧୫ ହଜାରରୁ ଅଧିକ ବୁଣାକାର ପରିବାର ଏବେ କର୍ମ ସଂସ୍ଥାନ ହରାଇବା ଆଶଙ୍କାରେ ରହିଛନ୍ତି। ଗତ ବର୍ଷ କରୋନ କଟକଣା କହୋଳ ହେଲା ପରେ ବୁଣାକାର ପରିବାରଙ୍କ ଆର୍ଥିକ ଅବସ୍ଥା ସୁଧୁରୁଥିବା ବେଳେ ପୁଣି କରୋନାର ଦ୍ବିତୀୟ ଲହର ଯୋଗୁ ବୁଣାକର ପରିବାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବାର ଆଶଙ୍କା ଦେଖା ଦେଲାଣି।The post କରୋନାର ଦ୍ବିତୀୟ ଲହର ପାଇଁ ପ୍ରଭାବିତ ହେବ ବୟନ ଶିଳ୍ପ! first appeared on Sambad.