କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ

ମୋଣ୍ଟମେଲୋ(ସ୍ପେନ), ୧୩।୮(ଏପି)- କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସର୍ଗିଓ ପେରେଜ ଚଳିତ ସପ୍ତାହରେ ହେବାକୁଥିବା ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ଭାଗନେବେ। ପେରେଜ ଚଳିତ ସିଜନରେ ରେସିଂ ପଏଣ୍ଟ ଟିମ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମା’ଙ୍କୁ ଡାକ୍ତରଖାନାରେ ଦେଖା କରିବା ପାଇଁ ଏକ ଘରୋଇ ବିମାନରେ ମେକ୍ସିକୋ ଯାତ୍ରା ଅବସରରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡର ସିଲଭରଷ୍ଟୋନରେ ଅନୁଷ୍ଠିତ ଗତ ୨ଟି ରେସ୍‌ରେ ଭାଗନେଇ ପାରି ନ ଥିଲେ। ଭେଟେରାନ […] The post କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ appeared first on Dharitri Odia News.

କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ
ମୋଣ୍ଟମେଲୋ(ସ୍ପେନ), ୧୩।୮(ଏପି)- କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସର୍ଗିଓ ପେରେଜ ଚଳିତ ସପ୍ତାହରେ ହେବାକୁଥିବା ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ଭାଗନେବେ। ପେରେଜ ଚଳିତ ସିଜନରେ ରେସିଂ ପଏଣ୍ଟ ଟିମ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମା’ଙ୍କୁ ଡାକ୍ତରଖାନାରେ ଦେଖା କରିବା ପାଇଁ ଏକ ଘରୋଇ ବିମାନରେ ମେକ୍ସିକୋ ଯାତ୍ରା ଅବସରରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡର ସିଲଭରଷ୍ଟୋନରେ ଅନୁଷ୍ଠିତ ଗତ ୨ଟି ରେସ୍‌ରେ ଭାଗନେଇ ପାରି ନ ଥିଲେ। ଭେଟେରାନ ଜର୍ମାନ ଡ୍ରାଇଭର ନିକୋ ହକେନବର୍ଗ ତାଙ୍କ ସ୍ଥାନରେ ସିଲଭରଷ୍ଟୋନରେ ରେସ୍‌ କରିଥିଲେ। ଏବେ ରିପୋର୍ଟ ନେଗେଟିଭ୍‌ ଆସିବାପରେ ମୋଟରରେସିଂର ଗଭର୍ନିଂ ବଡି ପେରେଜଙ୍କୁ ଆଗାମୀ ରେସ୍‌ରେ ଭାଗନେବାକୁ ଅନୁମତି ଦେଇଛନ୍ତି ବୋଲି ତାଙ୍କ ଟିମ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତ ସିଜନରେ ୫ଟି ରେସ୍‌ ଶେଷ ହୋଇଥିବାବେଳେ ଅନ୍ୟ କୌଣସି ଡ୍ରାଇଭର କରୋନ ପଜିଟିଭ୍‌ ହୋଇ ନାହାନ୍ତି। The post କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍‌ ଗ୍ରାଁ ପ୍ରି ରେସ୍‌ରେ ଭାଗନେବେ ପେରେଜ appeared first on Dharitri Odia News.