କାହିଁକି ବଢି ଚାଲିଛି ପିଆଜ ଦର ?

ଭୁବନେଶ୍ବର : ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ବିହାର ନିର୍ବାଚନ ଆଉ ଅଳ୍ପକିଛି ଦିନ ଥିବାରୁ ଏହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଓଡ଼ିଶାରେ ପିଆଜ ଦର କିଲୋଗ୍ରାମ ପିଛା ୮୦ ଟଙ୍କା ଟପିଯାଇଛି । ଦେଶର ଅନ୍ୟଭାଗରେ ମଧ୍ୟ ପିଆଜ ଦର ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଆଜ ଆମଦାନୀ ଉପରେ ଲାଗୁ କଟକଣାକୁ କୋହଳ କରିଛନ୍ତି । ଏହା ସହିତ ପୁଣି ଥରେ […] The post କାହିଁକି ବଢି ଚାଲିଛି ପିଆଜ ଦର ? first appeared on Sambad.

କାହିଁକି ବଢି ଚାଲିଛି ପିଆଜ ଦର ?
ଭୁବନେଶ୍ବର : ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ବିହାର ନିର୍ବାଚନ ଆଉ ଅଳ୍ପକିଛି ଦିନ ଥିବାରୁ ଏହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଓଡ଼ିଶାରେ ପିଆଜ ଦର କିଲୋଗ୍ରାମ ପିଛା ୮୦ ଟଙ୍କା ଟପିଯାଇଛି । ଦେଶର ଅନ୍ୟଭାଗରେ ମଧ୍ୟ ପିଆଜ ଦର ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଆଜ ଆମଦାନୀ ଉପରେ ଲାଗୁ କଟକଣାକୁ କୋହଳ କରିଛନ୍ତି । ଏହା ସହିତ ପୁଣି ଥରେ ଷ୍ଟକ ଲିମିଟ ଧାର୍ଯ୍ୟ କରିଛନ୍ତି । ତେବେ କାହିଁକି ବଢି ଚାଲିଛି ପିଆଜ ଦର ? ପିଆଜ ଦର ହୁ ହୁ ହୋଇ ବଢିବାର ମୁଖ୍ୟ କାରଣ ଭାବେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ବୋଲି କୁହାଯାଉଛି । ଗତ ସେପ୍ଟେମ୍ବରରେ ହୋଇଥିବା ପ୍ରବଳ ବର୍ଷା ଫଳରେ କର୍ଣ୍ଣାଟକରେ ପିଆଜ ଫସଲ ନଷ୍ଟ ହୋଇଛି । ଏହା ଫଳରେ ନୂଆ ପିଆଜ ଅମଳ ପ୍ରଭାବିତ ହୋଇଛି । କେବଳ ଏତିକି ନୁହେଁ, ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ର, ଗୁଜୁରାଟ ପ୍ରଭୃତି ରାଜ୍ୟରେ ଚାଷୀମାନଙ୍କ ପିଆଜ ଭଣ୍ଡାରଗୁଡ଼ିକରେ ପାଣି ପଶି ପିଆଜ ନଷ୍ଟ ହୋଇଯାଇଛି । ଏସବୁ ରାଜ୍ୟରେ ଚାଷୀମାନେ ଜମି ନିକଟରେ ଚାଳଛପର କୁଡ଼ିଆ (ସ୍ଥାନୀୟ ଭାଷାରେ କିଣ୍ଡା ଚଲ) ନିର୍ମାଣ କରି ପିଆଜ ରଖିଥାନ୍ତି । ପ୍ରବଳ ବର୍ଷାରେ ଏଗୁଡ଼ିକ ଭାଙ୍ଗିଯାଇ ପାଣି ପଶି ପିଆଜ ନଷ୍ଟ ହୋଇଯାଇଛି । ମୋଟାମୋଟି ଭାବେ କହିଲେ ପ୍ରବଳ ବର୍ଷା ଯୋଗୁଁ ପିଆଜର ନୂଆ ଫସଲ ଓ ଭଣ୍ଡାରରେ ଥିବା ପିଆଜ ନଷ୍ଟ ହୋଇଯାଇଛି । ଫଳରେ ବଜାରକୁ ଯୋଗାଣ ହ୍ରାସ ପାଇଛି । ଏହି କାରଣରୁ ଦର ବଢୁଛି ।  The post କାହିଁକି ବଢି ଚାଲିଛି ପିଆଜ ଦର ? first appeared on Sambad.