କାହାଣୀରେ ଟ୍ଵିଷ୍ଟ: ନୁସରତ ଜହାଁଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ନିଖିଲ, ‘ବିବାହ ରେଜିଷ୍ଟର କରିବାକୁ ମନା କରୁଥିଲେ ନୁସରତ’

କୋଲକାତା ୧୦/୦୬ : ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ନିଜ ବିବାହ ଏବଂ ଗର୍ଭଧାରଣକୁ ନେଇ ଅନେକ ଚର୍ଚ୍ଚାହେଉଛି । ଗତ ବର୍ଷ ଠାରୁ ନୁସରତ ଏବଂ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ଛାଡପତ୍ର ମାମଲା ଉଠିବା ପରେ ନୁସରତ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ବିବାହ ତୁର୍କୀରେ ହୋଇଥିଲା ଯାହା ଭାରତରେ ବୈଧ ନୁହେଁ, ତେବେ ଛାଡପତ୍ର କାହିଁକି ? ଏହାପରେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ନୁସରତ ନିଜ ବିବାହ ଫଟୋ ଡିଲିଟ କରିଦେଇଥିଲେ । ଗତ କିଛି ମାସ ଧରି ନୁସରତ ଜାହାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ନୁସରତ ଜାହାଁ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ନିଖିଲ ଜୈନ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଉଠାଇଛନ୍ତି । ବର୍ତ୍ତମାନ ନିଖିଲ ନିଜ ବିରୋଧରେ ହୋଇଥିବା ଅଭିଯୋଗ ଓ ବୈବାହିକ ଜୀବନ ବିଷୟରେ ନିଜ ପକ୍ଷ ରଖିଛନ୍ତି । ନିଖିଲ ନିଜର ଏକ ବୟାନରେ ଲେଖିଛନ୍ତି- 'ଭଲ ପାଉନଥିଲି ତଥାପି ନୁସରତଙ୍କୁ ପ୍ରପୋଜ କରିଥିଲି । ସେ ଖୁସିରେ ମୋତେ ଗ୍ରହଣ କଲେ । ଆମେ ଡେଷ୍ଟିନେସନ ୱେଡିଙ୍ଗ ପାଇଁ ଆମେ ତୁର୍କୀ ଗଲୁ । ୨୦୧୯ ରେ ବିବାହ ପରେ ଆମେ କୋଲକାତାରେ ଏକ ରିସେପ୍ସନ୍ ମଧ୍ୟ ଦେଇଥିଲୁ । ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ପରି ଜୀବନ ବିତାଉଥିଲୁ ଏବଂ ସମାଜରେ ମଧ୍ୟ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇଥିଲୁ । ମୁଁ ସ୍ୱାମୀ ଭଳି ମୋ ସମୟ ଓ ଅନ୍ୟାନ୍ୟ ଜିନିଷ ବିନିଯୋଗ କଲି । ପରିବାର, ବନ୍ଧୁ, ସମ୍ପର୍କୀୟ ସମସ୍ତେ ଜାଣନ୍ତି ଯେ ମୁଁ ନୁସରତଙ୍କ ପାଇଁ କିଛି କରି ନାହିଁ । କିନ୍ତୁ ବିନା କୌଣସି ଲୋଭରେ ମୁଁ ତାଙ୍କୁ ସର୍ବଦା ସମର୍ଥନ କରି ଆସିଛି । କିନ୍ତୁ ବିବାହର କିଛି ସମୟ ପରେ ମୋ ପ୍ରତି ଓ ବୈବାହିକ ଜୀବନ ପ୍ରତି ତାଙ୍କର ମନୋଭାବ ବଦଳିବାକୁ ଲାଗିଲା ।' ନୁସରତ ନିଖିଲଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ନିଜକୁ ଧନୀ ବୋଲି କହୁଥିବା ଏହି ବ୍ୟକ୍ତି ମୋତେ ତାଙ୍କ ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । କିନ୍ତୁ ମୋ ଠାରୁ ଅଲଗା ହେବା ପରେ ମଧ୍ୟ ସେ ମୋ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଉଠାଉଛନ୍ତି।