କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଭାରତର କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା। ଏହାର ସତ୍ୟତା ନେଇ ଯାଞ୍ଚ ଚାଲିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନ ପ୍ରକାଶ କରିଛନ୍ତି। ସଞ୍ଜୀବ ଅତୀତରେ ମଧ୍ୟ ଅନ୍ୟ କେତେଜଣ କ୍ରିକେଟରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ ସବୁ ଯୁକ୍ତିହୀନ ଅବା ଅଯଥା ବୋଲି ପ୍ରମାଣିତ ହୋଇଥିଲା। ବିସିସିଆଇର […] The post କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ appeared first on Dharitri Odia News.

କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ
ନୂଆଦିଲ୍ଲୀ, ୫ା୭ (ପି.ଟି.)-ଭାରତର କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା। ଏହାର ସତ୍ୟତା ନେଇ ଯାଞ୍ଚ ଚାଲିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନ ପ୍ରକାଶ କରିଛନ୍ତି। ସଞ୍ଜୀବ ଅତୀତରେ ମଧ୍ୟ ଅନ୍ୟ କେତେଜଣ କ୍ରିକେଟରଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ସେ ସବୁ ଯୁକ୍ତିହୀନ ଅବା ଅଯଥା ବୋଲି ପ୍ରମାଣିତ ହୋଇଥିଲା। ବିସିସିଆଇର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିପାରିବେ ନାହିଁ। କୋହଲି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। ଏହାଛଡ଼ା କର୍ନରଷ୍ଟୋନ୍‌ ଭେଞ୍ଚର ପାର୍ଟନର୍ସ ଏଲ୍‌ଏଲ୍‌ପି ଏବଂ ବିରାଟ କୋହଲି ସ୍ପୋଟର୍‌ସ ଏଲ୍‌ଏଲ୍‌ପି ନାମକ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ରହିଛନ୍ତି। ତାଙ୍କ ସହ ନିର୍ଦ୍ଦେଶକ ଥିବା ଅମିତ୍‌ ଅରୁଣ ସାଜ୍‌ଦେ (ଭାରତୀୟ କ୍ରିକେଟ ସର୍କଲରେ ବଣ୍ଟି ସାଜ୍‌ଦେ ଭାବେ ଜଣାଶୁଣା) ଏବଂ ବିନୟ ଭାରତ ଖିମ୍‌ଜୀ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କର୍ନରଷ୍ଟୋନ୍‌ ସ୍ପୋଟର୍‌ସ ଏବଂ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ସମ୍ପୃକ୍ତ ଥିବାରୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ବୋଲି ଗୁପ୍ତା ଦର୍ଶାଇଛନ୍ତି। କୋହଲିଙ୍କର କିନ୍ତୁ କର୍ନରଷ୍ଟୋନ୍‌ ସ୍ପୋଟର୍‌ସ କିମ୍ବା ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ କୌଣସି ସମ୍ପର୍କ ନାହିଁ। କମ୍ପାନୀ ଭାରତୀୟ ଅଧିନାୟକଙ୍କ ବ୍ୟତୀତ କେ.ଏଲ୍‌. ରାହୁଲ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଏବଂ କୁଲଦୀପ ଯାଦବଙ୍କ ଭଳି କେତେଜଣ କ୍ରିକେଟଙ୍କୁ ବ୍ୟବସାୟିକ ସ୍ବାର୍ଥ ପାଇଁ ବ୍ୟବହାର କରୁଛି। ଜୈନ ଏହା ପୂର୍ବରୁ ରାହୁଲ ଡ୍ରାଭିଡ, ସୌରଭ ଗାଙ୍ଗୁଲି,ଭି.ଭି.ଏସ୍‌ ଲକ୍ଷ୍ମଣ ଏବଂ କପିଳ ଦେବଙ୍କ ଭଳି ମହାନ କ୍ରିକେଟରଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ଅଭିଯୋଗର ଯାଞ୍ଚ ପୂର୍ବରୁ ଏହି ସମସ୍ତ କ୍ରିକେଟରଙ୍କୁ ଗୋଟିଏ ପଦବୀ ଇସ୍ତଫା ଦେବାକୁ ପଡ଼ିଥିଲା। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିନ୍ତୁ ପୂର୍ବରୁ କହିସାରିଛନ୍ତି ଯେ, ଲୋଧା କମିଟି ଦ୍ୱାରା ଯେଉଁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମ କରାଯାଇଛି ତାହା ଅବାସ୍ତବ। The post କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ appeared first on Dharitri Odia News.