କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌, ଗରିବ କଲ୍ୟାଣ ଯୋଜନା, ଏଗ୍ରି ଇନଫ୍ରା ଫଣ୍ଡ୍‌ ଏବଂ ଉଜ୍ଜଳା ଯୋଜନା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌ରେ ପଞ୍ଜକୃତ ହୋଇଥିବା ଯେଉଁ କମ୍ପାନୀର କର୍ମଚାରୀ ସଂଖ୍ୟା ୧୦୦ରୁ ଅଧିକ ଏବଂ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍‌ ସେମାନଙ୍କର ଇପିଏଫ୍‌ […] The post କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ appeared first on Dharitri Odia News.

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ
ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌, ଗରିବ କଲ୍ୟାଣ ଯୋଜନା, ଏଗ୍ରି ଇନଫ୍ରା ଫଣ୍ଡ୍‌ ଏବଂ ଉଜ୍ଜଳା ଯୋଜନା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌ରେ ପଞ୍ଜକୃତ ହୋଇଥିବା ଯେଉଁ କମ୍ପାନୀର କର୍ମଚାରୀ ସଂଖ୍ୟା ୧୦୦ରୁ ଅଧିକ ଏବଂ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍‌ ସେମାନଙ୍କର ଇପିଏଫ୍‌ ଯୋଗଦାନ ସରକାର ଅଗଷ୍ଟ ପର୍ଯ୍ୟନ୍ତ ଦେବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଗରିବ କଲ୍ୟାଣ ଯୋଜନାରେ ଦେଶର ରାଶନ କାର୍ଡ ଥିବା ୮୧ କୋଟି ୯ ଲକ୍ଷ ଗରିବଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଜଣକ ପିଛା ୫ କିଗ୍ରା ଚାଉଳ ଅବା ଗହମ ଏବଂ ଏକ କିଲୋ ଡାଲି ଯୋଗାଇ ଦିଆଯିବ। ସେହିପରି ଉଜ୍ଜଳା ଯୋଜନାକୁ ବିସ୍ତାର କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଗ୍ରି ଇନଫ୍ରା ଫଣ୍ଡ୍‌ ଲାଗି ପ୍ରସ୍ତାବିତ ଏକ ଲକ୍ଷ କୋଟିର ପ୍ୟାକେଜକୁ ମଞ୍ଜୁରୀ ମିଳିଛି। The post କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ appeared first on Dharitri Odia News.