କ୍ୱାରେଣ୍ଚାଇନ୍ ସେଣ୍ଟରରେ କରୋନା ପଜିଟିଭ୍ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ମଧ୍ୟ ସଂକ୍ରମିତ

ମୁମ୍ବାଇ,୧୮|୦୭: ନଭି ମୁମ୍ବାଇର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ପଲଓ୍ୱେଲ ପୋଲିସ ପୀଡିତ ମହିଳାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତଜଣଙ୍କ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡିଛି । ପୋଲିସ ଅଧିକାରୀ ଅଶୋକ ରାଜପୁତ କହିଛନ୍ତି ଯେ, ଏହି ଘଟଣା ଗୁରୁବାର ସନ୍ଧ୍ୟା ସମୟରେ ଘଟିଛି । ତେବେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ସେ କରୋନା ପଜିଟିଭ୍ ବୋଲି […]

କ୍ୱାରେଣ୍ଚାଇନ୍ ସେଣ୍ଟରରେ କରୋନା ପଜିଟିଭ୍ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ମଧ୍ୟ ସଂକ୍ରମିତ
ମୁମ୍ବାଇ,୧୮|୦୭: ନଭି ମୁମ୍ବାଇର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ପଲଓ୍ୱେଲ ପୋଲିସ ପୀଡିତ ମହିଳାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତଜଣଙ୍କ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡିଛି । ପୋଲିସ ଅଧିକାରୀ ଅଶୋକ ରାଜପୁତ କହିଛନ୍ତି ଯେ, ଏହି ଘଟଣା ଗୁରୁବାର ସନ୍ଧ୍ୟା ସମୟରେ ଘଟିଛି । ତେବେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ସେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ଚିକିତ୍ସା ବାହାନାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବିହାର ପାଟନାର ଏକ ହସ୍ପିଟାଲରେ ମଧ୍ୟ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ପୋସ୍କୋ ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।