ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ରବିିବାର ୪୩ ବର୍ଷ ପୂରଣ ହୋଇଛି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ୧୯୯୬ରେ ରାଜା କି ଆୟେଗି ବାରାତ୍‌ରେ ସେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ୧୯୯୮ରେ ଆମିର ଖାଁଙ୍କ ଅପୋଜିଟ୍‌ରେ ଗୁଲାମ ଫିଲ୍ମରେ ଅଭିନୟ କରି ସେ ଖଣ୍ଡାଲା ଗର୍ଲ ଭାବେ ପରିଚିତି ହାସଲ କରିଥିଲେ। ଏହି ଫିଲ୍ମରେ ଆତି […] The post ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ… appeared first on Dharitri Odia News.

ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ରବିିବାର ୪୩ ବର୍ଷ ପୂରଣ ହୋଇଛି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ ଦକ୍ଷତାକୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। ୧୯୯୬ରେ ରାଜା କି ଆୟେଗି ବାରାତ୍‌ରେ ସେ ଅଭିନୟ କରିଥିଲେ। ତାଙ୍କର ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ୧୯୯୮ରେ ଆମିର ଖାଁଙ୍କ ଅପୋଜିଟ୍‌ରେ ଗୁଲାମ ଫିଲ୍ମରେ ଅଭିନୟ କରି ସେ ଖଣ୍ଡାଲା ଗର୍ଲ ଭାବେ ପରିଚିତି ହାସଲ କରିଥିଲେ। ଏହି ଫିଲ୍ମରେ ଆତି କ୍ୟା ଖଣ୍ଡାଲା.. ଗୀତଟି ଦର୍ଶକଙ୍କୁ ପସନ୍ଦ ଆସିଥିଲା। କୁଛ୍‌ କୁଛ୍‌ ହୋତା ହୈ, ସତ୍ୟା, ଚଲ୍‌ତେ ଚଲ୍‌ତେ, ହମ୍‌ ତୁମ୍‌, ବୀର୍‌ ଜରା, କଭି ଅଲ୍‌ ବିଦା ନ କହେନା, ବଣ୍ଟି ଔର ବବ୍‌ଲୀ, ୟୁଭା, ବ୍ଲାକ୍‌, ପହେଲି, ନୋ ଓ୍ବାନ୍‌ କିଲଡ୍‌ ଜେସିକା, ମର୍ଦାନି, ହିଚ୍‌କି, ମର୍ଦାନି-୨ରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରି ପାରିଛନ୍ତି। ରାଣୀଙ୍କ ସହିତ ବିଭିନ୍ନ ଅଭିନେତାଙ୍କ ସମ୍ପର୍କ ନେଇ ବହୁ ସମୟରେ ବଲିଉଡ୍‌ରେ ଚର୍ଚ୍ଚା ହୋଇଛି। ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସହିତ ‘ମୁଝେସେ ଦୋସ୍ତି କରୋଗି’ ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥିଲା। ୨୦୧୪ରେ ସେ ଆଦିତ୍ୟ ଚୋପ୍ରାଙ୍କୁ ଇଟାଲିରେ ବିବାହ କରିଥିଲେ। ରାଣୀ ଆଦିତ୍ୟଙ୍କୁ ଖୁବ ଭଲ ପାଆନ୍ତି। ତେବେ ଆଦିତ୍ୟ ବହୁ ସମୟରେ ବ୍ୟସ୍ତ ରହୁଥିବାରୁ ରାଣୀ ତାଙ୍କୁ ଥଟ୍ଟାରେ ମଜାଳିଆ ଢ଼ଙ୍ଗରେ ଗାଳି ଦେଇଥାନ୍ତି ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ। ଆଦିତ୍ୟ ୨୦୦୧ରେ ପାୟଲ ମାଲହୋତ୍ରାଙ୍କୁ ବିବାହ କରିଥିଲେ। ତେବେ ୨୦୦୯ରେ ପାୟଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। The post ଖଣ୍ଡାଲା ଗର୍ଲରୁ ଆଦିତ୍ୟଙ୍କ ଜୀବନସାଥୀ… appeared first on Dharitri Odia News.