ଗାଁ ଗାଁରେ ଦଲାଲ; ବାହାର ରାଜ୍ୟକୁ ଚାଲାଣ ପାଇଁ କମ୍ ବୟସ୍କର ପିଲାଙ୍କୁ ଟାର୍ଗେଟ କରୁଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗାଁ ଗାଁରେ ଏବେ ଦଲାଲଙ୍କ ଭିଡ। ଦଲାଲ ମାନେ ଗ୍ରାମବାସୀଙ୍କୁ ଲୋଭନୀୟ ଟଂକାର ପ୍ୟାକେଜ ଦେଖାଇ ସେମାନଙ୍କର ପୁଅ-ଝିଅ ମାନଙ୍କୁ ବାହାର ରାଜ୍ୟକୁ ଛାଡିବାକୁ ମନାଉଥିବା ଦେଖିବାକୁ ମିଳିଛି। ଏଥିରେ ବହୁ ଦଲାଲ ସଫଳ ହେଉଥିବା ବେଳେ କେତେକ ମଧ୍ୟ ବିଫଳ ରହୁଛନ୍ତି। ଏବେ ଜିଲ୍ଲାରେ କାମଧନ୍ଦା ନଥିବାରୁ ଆଦିବାସୀ ଯୁବକଯୁବତୀ ହେଉ ବା ବୟସ୍କ ହେଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାହାରି ପଡୁଛନ୍ତି। ଏଥିରେ ପରିବାରର ଲାଭ ବଦଳରେ […] The post ଗାଁ ଗାଁରେ ଦଲାଲ; ବାହାର ରାଜ୍ୟକୁ ଚାଲାଣ ପାଇଁ କମ୍ ବୟସ୍କର ପିଲାଙ୍କୁ ଟାର୍ଗେଟ କରୁଛନ୍ତି first appeared on Sambad.

ଗାଁ ଗାଁରେ ଦଲାଲ; ବାହାର ରାଜ୍ୟକୁ ଚାଲାଣ ପାଇଁ କମ୍ ବୟସ୍କର ପିଲାଙ୍କୁ ଟାର୍ଗେଟ କରୁଛନ୍ତି
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗାଁ ଗାଁରେ ଏବେ ଦଲାଲଙ୍କ ଭିଡ। ଦଲାଲ ମାନେ ଗ୍ରାମବାସୀଙ୍କୁ ଲୋଭନୀୟ ଟଂକାର ପ୍ୟାକେଜ ଦେଖାଇ ସେମାନଙ୍କର ପୁଅ-ଝିଅ ମାନଙ୍କୁ ବାହାର ରାଜ୍ୟକୁ ଛାଡିବାକୁ ମନାଉଥିବା ଦେଖିବାକୁ ମିଳିଛି। ଏଥିରେ ବହୁ ଦଲାଲ ସଫଳ ହେଉଥିବା ବେଳେ କେତେକ ମଧ୍ୟ ବିଫଳ ରହୁଛନ୍ତି। ଏବେ ଜିଲ୍ଲାରେ କାମଧନ୍ଦା ନଥିବାରୁ ଆଦିବାସୀ ଯୁବକଯୁବତୀ ହେଉ ବା ବୟସ୍କ ହେଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାହାରି ପଡୁଛନ୍ତି। ଏଥିରେ ପରିବାରର ଲାଭ ବଦଳରେ କ୍ଷତି ହିଁ ହେଉଛି। ଦଲାଲ ମାନେ ବାହାର ରାଜ୍ୟକୁ ନେଇ ଅଧିକା ଟଂକାରେ ଏମାନଙ୍କୁ ବିକ୍ରି କରୁଥିବା ନଜର ରହିଛି। ଯାହାର ଫଳସ୍ବରୂପ ଶ୍ରମିକ ମାନଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ନପାଇ ହଇରାଣ ହେଉଛନ୍ତି। ଦଲାଲ ମାନଙ୍କର ପ୍ରଥମ ଟାର୍ଗେଟ ହେଉଛି କମ୍ ବୟସ୍କର ପିଲାଙ୍କୁ। ଏମାନେ କମ୍ ଟଂକାରେ ଯାଉଥିବା ବେଳେ ବଜାରରେ କିନ୍ତୁ ଏମାନଙ୍କର ମୂଲ ଅଧିକା ରହିଛି। ଦଲାଲ ମାନେ ପିଲାମାନଙ୍କୁ ଚାଲାଣ କରି ବେଶ ଟଂକା ରୋଜଗାର କରୁଛନ୍ତି। କମ୍ ବୟସ୍କର ପିଲାମାନେ ଭଲ କାମ କରିବା ସହ ଠକୁନଥିବା ଦେଖିବାକୁ ମିଳିଛି। ଏଥିରେ କମ୍ପାନି ଗୁଡିକର ବେଶ ଫାଇଦା ହେଉଥିବାରୁ ଦଲାଲମାନଙ୍କୁ ଅଧିକା ଟଂକା ଦେଇ କମ୍ ବୟସ୍କର ପିଲାଙ୍କୁ ଆଣିବାକୁ କୁହାଯାଉଛି। ଦଲାଲ ମାନେ ଗାଁ ଗାଁରେ ବୁଲି ଲୋକଙ୍କୁ ଅଧିକା ଟଂକା ମିଳିବାର ଲୋଭ ଦେଖାଇ ଗାଁର ଯୁବକଯୁବତୀ ମାନଙ୍କୁ ନେଉଛନ୍ତି। ଗୋଟିଏ ଦିଗରେ ଅଭାବରେ ରହୁଥିବା ଲୋକ ନିଜ ହାତରେ ହଜାର ହଜାର ଟଂକା ପାଇଁ ନିଜ ପିଲାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ପରିବାର ଲୋକେ ନିଜର ପିଲାମାନେ କେଉଁଠାକୁ କାମ କରିବାକୁ ଯାଉଛନ୍ତି କିଛି ଜାଣନ୍ତି ନାହିଁ। କେବଳ ଦଲାଲଙ୍କ ପ୍ରଲୋଭନରେ ପଡି ପିଲାଙ୍କୁ ଛାଡିଦିଅନ୍ତି। ତେବେ ଏନେଇ କିନ୍ତୁ ଶ୍ରମ ବିଭାଗ ନିକଟରେ କୌଣସି ଖବର ନାହିଁ। ପଡିଆ ବ୍ଲକ ଦେଇ ଶ୍ରମିକମାନଙ୍କୁ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡକୁ ନିଆଯାଉଥିବା ଦେଖିବାକୁ ମିଳିଛି। Sambad ଗତ କିଛି ଦିନ ତଳେ ୧୧ ଜଣ ନାବାଳକ ଓ ନାବାଳିକା ଶ୍ରମିକଙ୍କୁ ଶିଶୁ ସୁରକ୍ଷା ବିଭାଗ ତରଫରୁ ଚଢାଉ କରାଯାଇ ଉଦ୍ଧାର କରାଯାଇଥିଲା। ଏମାନେ ସମସ୍ତେ ମାଲକାନଗିରି ବ୍ଲକର ଝରାପାଲୀ ପଞ୍ଚାୟତର ବୋଲି ଜଣାପଡିଥିଲା। ଏପରି ପ୍ରତିଦିନ ଲୁଚାଛ ପାରେ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଦଲାଲମାନେ କୌଣସି ଲାଇସେନସ ନକରି ଶ୍ରମ ବିଭାଗର ଆଖିରେ ଧୂଳି ଦେଇ ଶ୍ରମିକ ମାନଙ୍କୁ ଚାଲାଣ କରିବାରେ ସଫଳ ହେଉଛନ୍ତି। ପ୍ରଥମତଃ ସ୍କୁଲ ବନ୍ଦ ଥିବାରୁ ଆଦିବାସୀ ସଂପ୍ରଦାୟର କମ୍ ବୟସ୍କର ପିଲାମାନେ ଘର କାମରେ ନିୟୋଜିତ ହୋଇଛନ୍ତି। ଏହି ସମୟରେ ଦଲାଲ ମାନେ ଏହାର ଫାଇଦା ଉଠାଉଛନ୍ତି। ଯେଉଁ ଗ୍ରାମରେ ଲୋକେ ଶିକ୍ଷିତ ରହିଛନ୍ତି, ସେମାନେ ନିଜ ପିଲାଙ୍କୁ ବାହାରେ ଛାଡିବାକୁ ନାରାଜ ହେଉଛନ୍ତି।କିଛି ଦିନ ତଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ମାର୍କାପାଲୀ ପଞ୍ଚାୟତର କିଛି ଗ୍ରାମରେ ଦଲାଲ ମାନେ ଏକ ବୋଲେରୋ ଯୋଗେ ପହଞ୍ଚି ଯୁବତୀ ମାନଙ୍କୁ ମାସିକ ଦଶ ହଜାର ଟଂକା ମିଳିବ କହି ସେମାନଙ୍କୁ ଲୋଭ ଦେଖାଉଥିଲେ। ଏହି ସମୟରେ ଆମେ ସେଠାରେ ପହଞ୍ଚିଥିଲୁ। ଆମେ ଦଲାଲ ମାନଙ୍କୁ ଝିଅ ମାନଙ୍କୁ କେଉଁଠାକୁ ନେବ ସଂପୂର୍ଣ୍ଣ ଠିକଣା ମାଗିବାରୁ ସେମାନେ ଠିକଠାକ ଜବାବ ଦେଇନଥିଲେ।ସେମାନଙ୍କ ସହ ଯୁକ୍ତିତର୍କ ହେବା ପରେ ସେମାନେ ସେଠାରୁ ଖାଲି ହାତରେ ଚାଲି ଯାଇଥିଲେ। ତେବେ ଏଭଳି ଦଲାଲମାନେ ସବୁ ଗାଁରେ ବୁଲୁଛନ୍ତି। ଦାଦନ ଖଟିବାକୁ ଯାଇ ହିନସ୍ତା ହେବା ଘଟଣା ନୂଆ ନୁହେଁ। ଜିଲ୍ଲାର ବହୁ ଶ୍ରମିକ ଦାଦନ ଖଟିବାକୁ ଯାଇ ପଙ୍ଗୁ ପାଲଟି ଯାଇଛନ୍ତି।ଗତକାଲି କାଲିମେଳାରେ କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ତେବେ ଶ୍ରମ ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗ ତରଫରୁ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଗଲେ ହୁଏତ ସେମାନେ ନିଜର କଅଁଳ ବୟସର ପିଲାଙ୍କୁ ବାହାର ରାଜ୍ୟକୁ କାମ କରିବାକୁ ଛାଡିବେ ନାହିଁ ବୋଲି ମତ ପ୍ରକାଶ ପାଇଛି।The post ଗାଁ ଗାଁରେ ଦଲାଲ; ବାହାର ରାଜ୍ୟକୁ ଚାଲାଣ ପାଇଁ କମ୍ ବୟସ୍କର ପିଲାଙ୍କୁ ଟାର୍ଗେଟ କରୁଛନ୍ତି first appeared on Sambad.