ଗୁଗୁଲ୍ ପେ ୟୁଜର୍ସ ସାବଧାନ: ଗୋଟେ ଫୋନ୍‌ କଲରେ ଠକି ନେଲେ ହଜାର ହଜାର ଟଙ୍କା

ଭଦ୍ରକ୧୪/୮:  ନୂଆ ନୂଆ ଗୁଗୁଲ ପେ ବ୍ୟବହାର କରୁଥିଲେ । ସେହି ଗୁଗଲ ପେ ରେ ସେ ନିଜର ମୋବାଇଲ ମଧ୍ୟ ରିଚାର୍ଜ କରୁଥିଲେ। ମୋବାଇଲ ରିଚାର୍ଜ ପାଇଁ ଟଙ୍କା କଟିଗଲା କିନ୍ତୁ ରିଚାର୍ଜ ହେଲାନି । କଷ୍ଟମର କେୟାରକୁ କଲ ମଧ୍ୟ କରିଥିଲେ ଟଙ୍କା ରିଫଣ୍ଡ କରିଦେବେ ବୋଲି କହିଲେ। କିଛି ସମୟ ପରେ ଏକ ଅଜଣା ନମ୍ବରରୁ କଲ ଆସିଲା ଆଉ କହିଲେ ଆପଣ ଇଂଷ୍ଟ୍ରକ୍ସନ କୁ ଫଲୋ କରନ୍ତୁ ଟଙ୍କା ଫେରିଯିବ । […]

ଗୁଗୁଲ୍ ପେ ୟୁଜର୍ସ ସାବଧାନ: ଗୋଟେ ଫୋନ୍‌ କଲରେ ଠକି ନେଲେ ହଜାର ହଜାର ଟଙ୍କା
ଭଦ୍ରକ୧୪/୮:  ନୂଆ ନୂଆ ଗୁଗୁଲ ପେ ବ୍ୟବହାର କରୁଥିଲେ । ସେହି ଗୁଗଲ ପେ ରେ ସେ ନିଜର ମୋବାଇଲ ମଧ୍ୟ ରିଚାର୍ଜ କରୁଥିଲେ। ମୋବାଇଲ ରିଚାର୍ଜ ପାଇଁ ଟଙ୍କା କଟିଗଲା କିନ୍ତୁ ରିଚାର୍ଜ ହେଲାନି । କଷ୍ଟମର କେୟାରକୁ କଲ ମଧ୍ୟ କରିଥିଲେ ଟଙ୍କା ରିଫଣ୍ଡ କରିଦେବେ ବୋଲି କହିଲେ। କିଛି ସମୟ ପରେ ଏକ ଅଜଣା ନମ୍ବରରୁ କଲ ଆସିଲା ଆଉ କହିଲେ ଆପଣ ଇଂଷ୍ଟ୍ରକ୍ସନ କୁ ଫଲୋ କରନ୍ତୁ ଟଙ୍କା ଫେରିଯିବ । ପରେ ଥରକୁ ଥର ଟଙ୍କା କାଟିବାକୁ ଲାଗିଲା । ଏମିତିରେ ୨୩ ହଜାରରୁ ଅଧିକ ଟଙ୍କା କଟିବା ପରେ ଜାଣିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବୃନ୍ଦାବନପୁର ଗାଁ ରେ । ଏହି ଗାଁର ଗାଁର ଜନୈକ ଯୁବକ ବ୍ରହ୍ମାନନ୍ଦ ଜେନା ଠିକାମିର ଶିକାର ହୋଇଛନ୍ତି। ପ୍ରଥମେ ୧୯ ହଜାର ଓ ପରେ ୩ ହଜାରରୁ ଅଧିକ ଟଙ୍କା କଟି ଯାଇଥିଲା । ଏଥର କିନ୍ତୁ ସେହି ଅଜଣା ନମ୍ବରକୁ କଲ କଲେ କେହି ଉଠାଉ ନାହାନ୍ତି । ଏ ଘଟଣା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମଧ୍ୟ ଲିଖିତ ଏତଲା ଦେବେ ବୋଲି କହିଛନ୍ତି ।