ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ନାଇଟ୍‌ କର୍ଫ୍ୟୁ ଉଲ୍ଲଂଘନ ନେଇ ୧୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ […] The post ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ appeared first on Dharitri Odia News.

ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ
ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ନାଇଟ୍‌ କର୍ଫ୍ୟୁ ଉଲ୍ଲଂଘନ ନେଇ ୧୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୫ ଜଣଙ୍କୁ ଗିରଫ କରାଯିବା ସହ ୭ ହଜାର ୨୦ ଟଙ୍କା ଜବତ ହୋଇଛି। ସେହିପରି ୧୦୧.୬ ଲିଟର ମଦ ଜବତ ସହ ଏଥିରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ଏସମ୍ପର୍କରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟକରି ସୂଚନା ଦେଇଛନ୍ତି। The post ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ appeared first on Dharitri Odia News.