ଗେଟ୍‌ରେ ତାଲା ପକାଇବାକୁ ନେଇ ମାର୍‌ପିଟ୍‌, ଥାନାର ଦ୍ୱାରସ୍ଥ ହେଲେ ୨ପରିବାର

ସୋର ୩୦।୦୫: ସାମାନ୍ୟ କଥାକୁ ନେଇ ତୁମୁଳକାଣ୍ଡ । ଗେଟ୍‌ରେ ତାଲା ପକାଇବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଶାନ୍ତପଡ଼ା ଗାଁର ଘଟଣା ବୋଲି ସନ୍ଦେହ କରାଯାଉଛି । ଖବର ଅନୁଯାୟୀ,  ଶାନ୍ତପଡା ଗାଁର ମିନତୀ ବେହେରା ଓ ଚକ୍ରଧର ବେହେରାଙ୍କ ପରିବାର ଗୋଟିଏ ଗେଟ ଦେଇ ଚଳାଚଳ କରିଥାନ୍ତି । ତେବେ ଏକ ସାମାନ୍ୟ ଘଟଣାକୁ ନେଇ ଚକ୍ରଧର ଗେଟରେ ତାଲା ପକାଇବାରୁ ଉଭୟ ପରିବାରଙ୍କ ମଧ୍ୟରେ ମାରପିଟ ଲାଗିଥିଲେ । ସେହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି