ଗାଧୋଇବା ଯୋଗ୍ୟ ନୁହେଁ ଗଙ୍ଗା ପାଣି, ବିଗିଡିଲା ଅମ୍ଳଜାନସ୍ତର, ବିପଦରେ ଜଳଜୀବ: ରିପୋର୍ଟରୁ ଖୁଲାସା

ବାରଣାସୀ ୧୧।୦୬: ଗତ କିଛି ଦିନ ହେବ ଗଙ୍ଗା ନଦୀର ଜଳ ସବୁଜ ଦେଖା ଯାଉଛି। ଏହିପରି ସ୍ଥିତି ଗତ ୨୦ ଦିନ ହେବ ଜାରି ରହିଛି। ମାମଲା ଅଧିକ ବିଗିଡିବାରୁ ଜିଲ୍ଲାପାଳ ଯାଞ୍ଚ କମିଟି ଗଠନ କରି ଏଥିରେ ଉତ୍ତର ପ୍ରଦେଶ ପ୍ରଦୂଷଣ ବୋର୍ଡକୁ ସାମିଲ କରିଛନ୍ତି। ଯାଞ୍ଚ କମିଟି ଗଙ୍ଗା ଜଳର ନମୂନା ସଂଗ୍ରହ କରି ଯାଞ୍ଚ କରିଛନ୍ତି। ହେଲେ ରିପୋର୍ଟରେ ଯାହା ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଜଳରେ ଅମ୍ଳଜାନ ମାତ୍ରା କମ ରହିଛି। ଏପରିକି ଗାଧୋଇବା ଉପଯୋଗୀ ରହିନାହିଁ ବାରଣାସୀର ଗଙ୍ଗା ପାଣି। ରିପୋର୍ଟରେ କୁହାଯାଇଛି ଯେ, ଗଙ୍ଗାର ପାଣି ମିର୍ଜାପୁରରେ ଗଙ୍ଗା କୂଳରେ ନିର୍ମିତ ଏକ ପୁରୁଣା ଏସଟିପି କାରଣରୁ ସବୁଜ ରଙ୍ଗ ହୋଇ ଯାଇଛି।  ପାଣି ଶୈବାଳରେ ଭର୍ତ୍ତି ହୋଇ ଯାଇଛି। ଏହି ଏସଟିପିକୁ ପୁରୁଣା କାଳର ମେସିନରେ ଚଲାଯାଉଛି। ଯାହା ଲିକେଜ୍ ହୋଇ ଦୂଷିତ ପାଣି ଗଙ୍ଗାରେ ମିଶୁଛି।  ଏହି କାରଣରୁ ଡାଉନ ଷ୍ଟ୍ରିମ ଅର୍ଥାତ ବାରଣାସୀରେ ଗଙ୍ଗା  ପାଣିରେ ଶୈବାଳ ଜମି ଯାଇଛି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି, ଗଙ୍ଗା ଜଳରୁ ନାଇଟ୍ରୋଜେନ୍ ଓ ଫସଫରସ ମାତ୍ରା ଅଧିକ ମିଳିଛି, ଯାହା ଅକ୍ସିଜେନ୍ ମାତ୍ରାକୁ କମ କରି ଦେଇଥାଏ। ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସମସ୍ତ ବନାରସ ଜନତାଙ୍କୁ ଆଗାମୀ ଚାରି-ପାଞ୍ଚ ଦିନ ଯାଏଁ ଗଙ୍ଗାରେ ନଗାଧୋଇବାକୁ ଅପିଲ୍ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଗଙ୍ଗାରେ ପାଣିର ମାତ୍ରା ଅଧିକ ରହିଛି। ଏହି କାରଣରୁ ଶୈବାଳ ଶୀଘ୍ର ନଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ବିଏଚୟୁର ପରିବେଶ ଅଧ୍ୟୟନ ପ୍ରତିଷ୍ଠାନର ପ୍ରଫେସର କୃପା ରାମ କହିଛନ୍ତି, ବର୍ତ୍ତମାନ ଗଙ୍ଗାରେ ସ୍ନାନ ଏବଂ ଲୁଗାପଟା ସଫା କରିବାରୁ ନିବୃତ୍ତ ରହିବାକୁ ପଡିବ। ପ୍ରଫେସର କୃପାଙ୍କ ଅନୁଯାୟୀ ଶୈବାଳ ସୂର୍ଯ୍ୟର ବିକିରଣ  ବିରୋଧରେ ଏକ କବଚ ପରି କାମ କରିଥାଏ। ଏହି କାରଣରୁ ନଦୀ ଜଳରେ ବିଓଡି ମାତ୍ରା ଅଧିକ ରହିଥାଏ। ଅଧିକ ଦିନ ଧରି ଏମିତି ସ୍ଥିତି ଜାରି ରହିଲେ ଜଳଜୀବ ଏଥିରେ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଣିରେ ନାଇଟ୍ରୋଜେନ ଓ ଫସଫରସର ମାତ୍ରା ଅଧିକ ବଢି ଯାଇଥିବା କାରଣରୁ ଲୋକଙ୍କୁ ଗଙ୍ଗାରେ ନଗାଧୋଇବାକୁ ସେ ଅନୁରୋଧ କରିଛନ୍ତି।